ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ତାଗିଦ୍‌; ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ତାଗିଦ୍‌; ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସାମାଜିକ ଗଣମାଧ୍ୟମକୁ ତାଗିଦ କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଲୋକମାନେ ଯେପରି ଡିପଫେକ୍ ଦ୍ୱାରା କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକୁ ରୋକଠୋକ ଶୁଣାଇଛନ୍ତି କେନ୍ଦ୍ର ସରକାର । ଡିପଫେକ କୁ ଜାତିଆତି ବର୍ଗରେ ରଖି ଅପରାଧିକ ମାମଲା ଆରମ୍ଭ କରାଯାଇପାରିବ ବୋଲି କମ୍ପାନୀଗୁଡିକୁ ସରକାର ତାଗିଦ୍ କରିଛନ୍ତି ।


ଡିପଫେକକୁ ନେଇ ଗତ ନଭେମ୍ବର ୨୪ ତାରିଖରେ ଏକ ବୈଠକ ହୋଇଥିଲା । ସେଥିରେ ହୋଇଥିବା ନିଷ୍ପତ୍ତିକୁ ସାତ ଦିନ ଭିତରେ ଲାଗୁ କରିବାକୁ କମ୍ପାନୀଗୁଡିକୁ କୁହାଯାଇଥିଲା । ପରେ ଏ ଦିଗରେ ସାମାଜିକ ଗଣମାଧ୍ୟମର ପଦକ୍ଷେପକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜଣାପଡିଛି କିଛି ଗଣମାଧ୍ୟମ ସଂସ୍ଥା ଏହି ନିୟମକୁ କଡାକଡି ଭାବେ ପାଳନ କରି ନାହାଁନ୍ତି । ଫଳରେ କମ୍ପାନୀ ଗୁଡିକୁ ତାଗିଦ୍ କରି କେନ୍ଦ୍ର ସରକାର କହିଛନ୍ତି, ଏ ଦିଗରେ ଆଗକୁ କଡା ନିୟମ ଆସିବ ।


ଆଇଟି ନିୟମ ଅନୁଯାୟୀ କମ୍ପାନୀ ବିରୋଧରେ ବି ଅପରାଧିକ ମାମଲା ଲାଗୁ ହୋଇ ପାରିବ ବୋଲି ସରକାର ଚେତାଇ ଦେଇଛନ୍ତି । ଏ ଦିଗରେ ଆଗାମୀ ୭ ଦିନ ମଧ୍ୟରେ ଆଉ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । କିଛି ଦିନ ପୂର୍ବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ସାରା ଦେଶରେ ଏକ ଭୟର ବାତାବରଣ ସୃଷ୍ଟି କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *