ଡିସେମ୍ବରରେ ବିଜେପିରେ ମିଶିବେ ପ୍ରଦୀପ ପାଣିଗ୍ରାହୀ !

ଡିସେମ୍ବରରେ ବିଜେପିରେ ମିଶିବେ ପ୍ରଦୀପ ପାଣିଗ୍ରାହୀ !

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ରାଜ୍ୟ ରାଜନୀତିକୁ ସରଗରମ ହୋଇଛି । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ଦଳରୁ ବହିଷ୍କୃତ ହୋଇଥିବା ପ୍ରଦୀପ ଏବେ ପଦ୍ମ ମୁହାଁ ହୋଇଛନ୍ତି । କୁହାଯାଉଛି ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରଦୀପ ବିଜେପିରେ ମିଶିବେ ବୋଲି ନିଷ୍ପତ୍ତି କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦୀପ ବିଜେପିରେ ମିଶିବେ । ବିଜେପିର ବଡ ବଡ ନେତା ମନ୍ତ୍ରୀ ମାନଙ୍କ ଗ୍ରୀନ ସିଗନାଲ ମିଳିବା ପରେ ପ୍ରଦୀପ ପଦ୍ମ ଧରିବେ । ଗତ କିଛି ଦିନ ତଳେ ବିଜେପିର ସଭା ସମିତିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦୀପ ପାଣିଗ୍ରାହୀଙ୍କ ବିଷୟରେ ଚର୍ଚ୍ଚା କରିଥିଲେ । ପ୍ରଦୀପ ମଧ୍ୟ ବାରମ୍ଭାର ଦିଲ୍ଲୀ ଗସ୍ତ କରୁଛନ୍ତି । ବିଜେପି ଆଡୁ ଗ୍ରୀନ ସିଗନାଲ ମିଳୁଛି ବୋଲି ଦେଖାଯାଉଛି । ତେବେ ଗୋପାଳପୁର ବିଧାୟକ ଥିବା ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ଶଙ୍ଖର ପରିସ୍ଥିତି ଟଳମଳ ହେବ । ବିରୋଧି ଦଳରେ ରହି ପ୍ରଦୀପ ଶାସକ ଦଳକୁ ଧରାଶାୟୀ କରିବେ ।

author

Related Articles

Leave a Reply

Your email address will not be published. Required fields are marked *