ଡିସେମ୍ବର ପହିଲାରୁ ବଢିଲା ଏଲପିଜି ଗ୍ୟାସ ଦର

ଡିସେମ୍ବର ପହିଲାରୁ ବଢିଲା ଏଲପିଜି ଗ୍ୟାସ ଦର

ବଢିଲା ଏଲପିଜି ଗ୍ୟାସ ଦର । ଡିସେମ୍ବର ମାସ ପହିଲାରୁ ଏଲପିଜି ଗ୍ୟାସ ଦର ବୃଦ୍ଧି ହୋଇଛି । ଅେଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା 41 ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ । ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ କୋଲକାତାରେ ଏହା ରହିଛି ୧୯୦୮ଟଙ୍କା । ମୁମ୍ବାଇରେ ଏହାର ଦର ଟଙ୍କା ୧୭୪୯ରେ ପହଞ୍ଚିଥିବାବେଳେ ଚେନ୍ନାଇରେ ରହିଛି ଟଙ୍କା ୧୯୬୮.୫୦ ।

author

Related Articles

Leave a Reply

Your email address will not be published. Required fields are marked *