ଡିସେମ୍ବର 1ରୁ କଂଗ୍ରେସର ତୁଳସୀ ଯାତ୍ରା

ଡିସେମ୍ବର 1ରୁ କଂଗ୍ରେସର ତୁଳସୀ ଯାତ୍ରା

ରାଜ୍ୟରେ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲାଯିବାକୁ ନେଇ ଲାଗିଛି ବିବାଦ । କୌଣସି କାରଣ ନଥାଇ ଶ୍ରୀମନ୍ଦିର ଚାରି ଦ୍ୱାରକୁ 3ବର୍ଷ ହେବ ବନ୍ଦ କରି ରଖାଯାଇଛି । କାର୍ତ୍ତିକ ମାସରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ ସତ୍ତ୍ୱେ ଚାରି ଦ୍ୱାରକୁ ଖୋଲାଯାଉନାହିଁ । ଆସିଥିବା ଶ୍ରଦ୍ଧାଳୁ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ପ୍ରତିବାଦ କରି ରାଜ୍ୟ କଂଗ୍ରେସ ପକ୍ଷରୁ ଡିସେମ୍ବର 1 ତାରିଖରେ କଂଗ୍ରେସର ତୁଳସୀ ଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରୁ ମହାପ୍ରଭୁଙ୍କ ଚରଣଲାଗି ପାଇଁ ତୁଳସୀ ଧରି ଦଳୀୟକର୍ମୀ ସକାଳ 9ଟାରେ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବେ ଏବଂ 10.15ରେ ଏହି ଯାତ୍ରା ଆରମ୍ଭ ହେବ ।

author

Related Articles

Leave a Reply

Your email address will not be published. Required fields are marked *