ଡିହାଇଡ୍ରେସନ ଫିଭର ଖରାଦିନରେ ଶିଶୁର ଯତ୍ନ

ଡିହାଇଡ୍ରେସନ ଫିଭର ଖରାଦିନରେ ଶିଶୁର ଯତ୍ନ

ଭୁବନେଶ୍ୱର:

ଅତ୍ୟଧିକ ଖରା ଯୋଗୁଁ ଶିଶୁଙ୍କ ଶରୀରର ଉତ୍ତାପ ବୃଦ୍ଧି ହୋଇଥାଏ, ଯାହାକୁ ଡିହାଇଡ୍ରେସନ ଫିଭର କୁହାଯାଏ | ତେଣୁ ଗ୍ରୀଷ୍ମ ଋତୁରେ ଜଳ ଶୁଷ୍କତା ହେତୁ ନବଜାତ ଶିଶୁକୁ ଜ୍ୱର, ଝାଡା ଓ ତ୍ୱଚା ସଂକ୍ରମଣ ହୋଇଥାଏ | ଖରାଦିନରେ ଡିହାଇଡ୍ରେସନ ସମସ୍ୟା ଦୂର କରିବା ପାଇଁ ଛଅ ମାସରୁ ଅଧିକ ବୟସର ଶିଶୁକୁ ମା’ କ୍ଷୀର କ୍ଷୀର ଅଧିକ ଦିଅନ୍ତୁ | ଛଅ ନଂ, ମାସରୁ ଅଧିକ ବୟସରେ ଶିଶୁକୁ ମା’ କ୍ଷୀର ସହ ସ୍ୱଳ୍ପ ପରିମାଣର ଉଷୁମ ପାଣି ଦେଇପାରିବେ | ଶିଶୁ ଦିନକୁ ୭ଥର ପରିସ୍ରା କରିବା ଉଚିତ | ୧ବର୍ଷ କିମ୍ବା ତା’ଠାରୁ ଉର୍ଦ୍ଧ୍ବ ବୟସର ଶିଶୁଙ୍କୁ ନିଜ ଘରେ ଫ୍ରୁଟଜୁସ ପ୍ରସ୍ତୁତ କରି ପିଇବାକୁ ଦିଅନ୍ତୁ | ଶିଶୁଙ୍କୁ ବାହାରର କୌଣସି କାଧ୍ୟ ଆଦୌ ଦିଅନ୍ତୁ ନାହିଁ | ତରଳ ଝାଡା ହେଉଥିଲେ, ଘରେ ଲୁଣ, ଚିନି ଓ ମିଶ୍ରିତ ପାଣି, ଦିନକୁ ୩ରୁ ୪ଥର ଦିଅନ୍ତୁ | ଏହା ଶିଶୁର ଶରୀରର ଜଳୀୟ ଅଂଶର ପୃତ୍ତି କରିଥାଏ | ଶିଶୁକୁ ଦିନକୁ ଠାରେ ଗାଧେଇବା ଭଲ | କିନ୍ତୁ ପ୍ରତ୍ୟକ ଦିନ ବେବିସୋପ ଲଗାନ୍ତୁ ନାହିଁ | ଗାଧେଇବା ପରେ ପ୍ରତ୍ୟକ ଦିନ ବେକ, ଓ କାଖ ତଳ ଓ ଅଂଟା ତଳେ ବେବି ପାଉଡର ପକାନ୍ତୁ |

କାରଣ ବେକ ଓ କାଖ ତଳେ ଝାଳ ଲାଗିରହି ଘା’ ହେବାର ଆଶଙ୍କା ଅଛି | କପଡା ବଦଳରେ ଡାଇପର ବ୍ୟବହାର କରନ୍ତୁ | ଅଧିକ ସମୟ ଡାଇପର ରଖିବା ଦ୍ୱାରା ଝାଳ ଓ ମୂତ୍ର ଯୋଗୁଁ ତ୍ୱଚା ସଂକ୍ରମଣ ହୋଇଥାଏ | ଡାଇପର ପିନ୍ଧିବା କିମ୍ବା ବାହାର କରିବା ସମୟରେ ନିଜ ହାତକୁ ଭଲ ଭାବେ ନିଜ ହାତକୁ ସାବୁନରେ ଧୋଇଦିଅନ୍ତୁ | ଖରାଦିନରେ ଝାଳ ଦ୍ୱାରା ଆପଣଙ୍କ ହାତରେ ଜୀବାଣୁ ଲାଗି ରହିଥାଏ | ତ୍ୱଚା ସମସ୍ୟାର ସମାଧାନ ପାଇଁ ଶିଶୁ ଡାକ୍ତରଙ୍କ ସହ ପରାମର୍ଶ କାରି ଆଣ୍ଟି ପଙ୍ଗଲ କ୍ରିମ କିମ୍ବା ପାଉଡର ବ୍ୟବହାର କରିବା ଉଚିତ | ଶିଶୁକୁ ଖରା ସମୟରେ ବାହାରକୁ ନେବା ଉଚିତ ନୁହେଁ | ଘର ଭିତର ପରିବେଶକୁ ତଣ୍ଡା ରଖିବା ଉଚିତ | ଗ୍ରୀଷ୍ମଋତୁରେ ନବଜାତ ଶିଶୁକୁ ନିଅଁରେ ସେକିବା ଉଚିତ ନୁହେଁ | ଠିକ ଭାବେ ଖାଦ୍ୟ ନ ଖାଇଲେ, ଶରୀରର ଉତ୍ତାପ ଅଧିକ ରହିଲେ, ଅଧିକ ସମୟ ସୋଇ ରହିଲେ କିମ୍ବା ଝାଡ଼ାରେ ରକ୍ତ ପଡିଲେ, ଡେରି ନ କରି ଶିଶୁରୋଗ ବିଶେଷଜ୍ଞକୁ ଦେଖାଇବା ଉଚିତ | ଏ କ୍ଷେତ୍ରରେ ତୁଟୁକା ବା ଘରୋଇ ଚି଼ସ୍ଟ କରନ୍ତୁ ନାହିଁ | କାରଣ ଏହା ପରବର୍ତ୍ତୀ ସମୟରେ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ | ଅତ୍ୟଧିକ ଗରମ ହେଉଥିଲେ ମଧ୍ୟ ଶିଶୁଙ୍କୁ ଶୀତତାପ ନିୟନ୍ତ୍ରିତ ଥିବା କୋଠରୀରେ ଅଧିକ ସମୟ ରଖନ୍ତୁ ନାହିଁ |

author

Related Articles

Leave a Reply

Your email address will not be published. Required fields are marked *