ପାଖଉଛି ଉପନିର୍ବାଚନ ବଢୁଛି ନେତାଙ୍କ ଟେନସନ । ହଁ ଦର୍ଶକବନ୍ଧୁ ନୂଆପଡା ଉପନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟିର ଗୋଟିଏ ଗୋଟିଏ ରଣନୀତି ବିରୋଧିଙ୍କୁ ଦେଉଛି ମାଷ୍ଟରଷ୍ଟ୍ରୋକ । ଜୟ ଢୋଲକିଆଙ୍କୁ ବିଜେପିରେ ସାମିଲ କରିବାଠାରୁ ଆରମ୍ଭ କରି ତାଙ୍କୁ ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ କରିବା ପର୍ଯ୍ୟନ୍ତ ସମସ୍ତ ରଣନୀତି ସଫଳ ହେବାରେ ଲାଗିଛି । ସେପଟେ ସପ୍ରାଇଜ ମାଷ୍ଟର ନବୀନ ପଟ୍ଟନାୟକ ବି କିଛି ପଛରେ ପଡିନାହାନ୍ତି ସ୍ନେହାଙ୍ଗିନି ଛୁରିଆଙ୍କୁ ନୂଆପଡାରୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜୁ ଜନତା ଦଳ । ଦୁଇ ଦଳଙ୍କ ମଧ୍ୟରେ ନୂଆପଡା ହାତେଇବା ପାଇଁ ପ୍ରୟାସ ଚାଲିଥିବା ବେଳେ ବିଜେପି ମନ୍ତ୍ରୀ ମାନଙ୍କୁ ପୁଣି ଏକ ବଡ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକାସଙ୍ଗରେ 8ଜଣ ମନ୍ତ୍ରୀଙ୍କୁ ନୂଆପଡାର ଦାୟିତ୍ୱ ବାଣ୍ଟିଛି ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦିଆଯାଇଛି । ୮ଟି ଜୋନକୁ ଜଗିବେ ୮ ଜଣ ମନ୍ତ୍ରୀ । ତେବେ ମିଳିଥିବା ସୂଚନା ମୁତାବକ ବଞ୍ଜରୀ ପାଇଁ ରବି ନାରାୟଣ ନାଏକଙ୍କୁ ଦାୟିତ୍ୱ ମିଳିଥିବାବେଳେ, ସୁନାଦେଶ ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପାତାଳେଶ୍ୱର ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଏବଂ ଖରିଆର ରୋଡ୍ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେପଟେ ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ କସରତ ଜୋରଦାର ଚାଲିଛି । ବିଜେଡିର ବଡ ବଡ ରଥୀ ମହାରଥୀ ଯାଇ ନୂଆପଡାରେ ଡେରା ପକାଇଛନ୍ତି । ପ୍ରଣବ ପ୍ରକାଶ ଦାଶ,ଅରୁଣ ସାହୁ,ପ୍ରୀତିରଞ୍ଜନ ଘଡେଇ,ସଞ୍ଜୟ ଦାସ ବର୍ମା,ପ୍ରତାପ ଜେନାଙ୍କ ପରି ବରିଷ୍ଠ ନେତୃତ୍ୱମାନେ ନୂଆପଡାରେ ବିଜେଡିକୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଯଦି କହିବା ବିଜେଡିର ପାଖାପାଖି 40ଜଣ ନେତା ହିଁ ନୂଆପଡାରେ ଡେରା ପକାଇଛନ୍ତି । ସେପଟେ ପିସିସି ସଭାପତି ଭକ୍ତ ଦାସ ପ୍ରତିଦିନ ଡୋର ଟୁ ଡୋର ବୁଲି ନିଜ ଦଳ ପାଇଁ କ୍ୟାମ୍ପନିଙ୍ଗ କରୁଛନ୍ତି । ତେବେ ଦେଖିବାର କଥା ନୂଆପଡା ପାଇଁ ପ୍ରତିଦିନ ନୂଆ ନୂଆ ରଣନୀତି କରୁଥିବା ତିନି ରାଜନୈତିକ ଦଳମାନଙ୍କ ମଧ୍ୟରୁ ବାଜି ମାରିବାରେ କିଏ ସଫଳ ହେଉଛି ।
