ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ; କାଲିଠୁ ପେଟ୍ରୋଲ ସଙ୍କଟ ନେଇ ଆଶଙ୍କା !

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ; କାଲିଠୁ ପେଟ୍ରୋଲ ସଙ୍କଟ ନେଇ ଆଶଙ୍କା !

ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଆଜି ତୃତୀୟ ଦିନ । ଆନ୍ଦୋଳର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ଓମଫେଡ କ୍ଷୀର ବଜାରକୁ ଆସିପାରିନାହିଁ । ଆଜି ପାଇଁ ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦୁଝର ଏହି ୪ଟି ସହରରେ ୭୦ହଜାର ଲିଟର କ୍ଷୀର ଅର୍ଡର ଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କ୍ଷୀର ପ୍ଲାଣ୍ଟରୁ ବାହାରି ପାରିନାହିଁ ।


ଆନ୍ଦୋଳର ପ୍ରଭାବରେ ପେଟ୍ରୋଲ, ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲକ୍ଷିତ ହେଲାଣି। ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ବଢ଼ିଛି ‘ପାନିକ୍ ବାଇଙ୍ଗ’। ତେଣୁ ପାନିକ୍ ବାଇଙ୍ଗ ନ କରିବାକୁ ଅପିଲ୍ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଏପରି ହେଲେ ଆସନ୍ତା କାଲି ଅପରାହ୍ନ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ ବୋଲି ସେ ସତର୍କ କରାଇଛନ୍ତି । ଏପରି ଘଡ଼ିସନ୍ଧି ମୂହୂର୍ତ୍ତରେ ଛାନିଆ ହୋଇ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ, ଡିଜେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ସଞ୍ଜୟ ଲାଠ୍ । ସେହିପରି କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । କେବଳ ଯାହା ମୋ ବସ୍ ଚାଲୁଛି, ଫଳରେ ମୋ ବସରେ ଅତ୍ୟଧିକ ଭିଡ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *