ଡ୍ରେସିଂ ରୁମକୁ ଯାଇ ଭାରତୀୟ ଖେଳାଳୀଙ୍କୁ ସାନ୍ତ୍ୱନା ଦେଲେ ମୋଦି

ଡ୍ରେସିଂ ରୁମକୁ ଯାଇ ଭାରତୀୟ ଖେଳାଳୀଙ୍କୁ ସାନ୍ତ୍ୱନା ଦେଲେ ମୋଦି

ରବିବାର ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ପରାଜିତ ହେବା ପରେ ଦେଢଶହ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଯାଇଛି । ସାରା ଭାରତ କାନ୍ଦିଛି । କାରଣ ଫାଇନାଲ ପୂର୍ବରୁ ଅପରାଜୟ ଥିବା ଟିମ୍ ଇଣ୍ଡିଆ ଟାଇଟଲ ଟକ୍କରରେ ପରାଜିତ ହୋଇଛି । ତେବେ ଫାଇନାଲ ମ୍ୟାଚ୍ ପରେ ଡ୍ରେସିଂ ରୁମରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାରତୀୟ ଖେଳାଳୀଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢାଇଥିଲେ । ଡ୍ରେସିଂରୁମରେ ପହଞ୍ଚି ଭାରତୀୟ ଖେଳାଳୀଙ୍କ ସହ ହାତ ମିଳାଇ, ପିଠି ଥାପୁଡାଇ ମୋଦି କହିଥିଲେ, ପୂରା ଦେଶ ଆପଣଙ୍କୁ ଦେଖୁଛି । ମୋଦି ଡ୍ରେସିଂ ରୁମକୁ ଯାଇ ସମସ୍ତ ଖେଳାଳି ମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ତାହା ସହିତ ସମସ୍ତ ଖେଳାଳୀ ମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *