ଡ୍ରୋନ୍ ବଦଳାଇବ ମହିଳାଙ୍କ ଭାଗ୍ୟ

ଡ୍ରୋନ୍ ବଦଳାଇବ ମହିଳାଙ୍କ ଭାଗ୍ୟ

ସରକାର ଦେଶରେ ମହିଳା ବିକାଶ ପାଇଁ ଏକାଧିକ ଯୋଜନା ହାତକୁ ନେଇଛନ୍ତି ଏହି କ୍ରମରେ ଆସୁଛି ଲକ୍ଷପତି ଦିଦି ଯୋଜନା, ଯାହା ଅଧିନରେ ଆସନ୍ତା ୫ ବର୍ଷରେ ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନା ବିଶେଷ କରି ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବାକୁ ହୋଇଛି । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଲକ୍ଷପତି ଦିଦି ତିଆରି କରିବା ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ସ୍ୱୟଂ ସହାୟକ ଗୋଷ୍ଠୀରେ ଦଶମ ଶ୍ରେଣୀ ପାସ୍ କରିଥିବା ୧୮ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ଡ୍ରୋନ୍ ଉଡ଼ାଇବା ପାଇଁ ୧୫ ଦିନିଆ ତାଲିମ ଦିଆଯିବ। ପାଇଲଟ୍ ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିବ। ପାଇଲଟଙ୍କୁ ସହାୟତା କରିବା ପାଇଁ ଜଣେ କୋ-ପାଇଲଟ୍ ମଧ୍ୟ ରହିବେ, ଯାହାଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବ। ସେହିପରି କିଛି ମହିଳାଙ୍କୁ ଡ୍ରୋନ୍ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ, ଯେଉଁମାନଙ୍କୁ ମାସକୁ ପାଞ୍ଚ ହଜାର ଟଙ୍କା ଦିଆଯିବ ବୋଲି ଯୋଜନା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *