ଢେଙ୍କାନାଳରେ ଟୁରିଷ୍ଟ ବସ ଦୁର୍ଘଟଣାଗସ୍ତ

ଢେଙ୍କାନାଳରେ ଟୁରିଷ୍ଟ ବସ ଦୁର୍ଘଟଣାଗସ୍ତ

ପୁଣିଥରେ ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବାବେଳେ ଅଘଟଣ ଘଟିଛି । ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡୀଖୋଲରୁ ସମ୍ବଲପୁର ହୀରାକୁଦ ଯାଇଥିଲା ଏହି ବସ୍ । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଛନ୍ତି । ଟ୍ରକ୍ ଚାଳକ ମଧ୍ୟ ଗୁରୁତର ଅଛନ୍ତି । ବସରେ ଥିଲେ ୫୧ ଜଣ ଯାତ୍ରୀ । ଘଟଣା ସ୍ଥଳରେ ମହାବିରୋଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

author

Related Articles

Leave a Reply

Your email address will not be published. Required fields are marked *