ଢେଙ୍କାନାଳରେ ବେଶ ଧୁମଧାମରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳରେ ବେଶ ଧୁମଧାମରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ବେଶ ପ୍ରସିଦ୍ଧ । କାଲିଠାରୁ ଆରମ୍ଭ ହୋଇଯିବ ମାଆ ଗଜଲକ୍ଷ୍ମୀଙ୍କ ପୂଜା । ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ସାଜସଜା କାମରେ ଲାଗିପଡିଛନ୍ତି କାରିଗର ଓ ପୂଜା କମିଟିର କର୍ମକର୍ତ୍ତାମାନେ । ମୂର୍ତ୍ତିରେ ରଙ୍ଗ କାମ ଚାଲିଥିବା ବେଳେ ଚାନ୍ଦି ମେଢ଼ ପ୍ରସ୍ତୁତ ହେଉଛି । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଢେଙ୍କାନାଳର 4ଟି ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦିମେଢ ହେଉଛି । ମୋଟ ୩୮ଟି ପୂଜା ମଣ୍ଡପରେ ମାଆଙ୍କର ଆରାଧନା କରାଯିବ । ୧୧ ଦିନର ଏହି ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ର୍ରଶାସନ, ପୁଲିସ ପ୍ରଶାସନ ସହ ସମସ୍ତ ପୂଜା ମଣ୍ଡପ କର୍ମକର୍ତାଙ୍କ ବୈଠକ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *