ତକିଆ ପାଇଁ ଟ୍ରୋଲ

ତକିଆ ପାଇଁ ଟ୍ରୋଲ

ଜାହ୍ନବୀଙ୍କୁ ନିଜର ଏୟାରପୋର୍ଟ ଲୁକ ପାଇଁ ଟ୍ରୋଲ ହେବାକୁ ପଡିଛି | ନିକଟରେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା | ହେଲେ ଏହି ସମୟରେ ତାଙ୍କ ହାତରେ ଏକ ତକିଆ ଦେଖିବାକୁ ମିଳିଥିଲା | ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି | ୟୁଜର୍ସ ଏୟାର ଲାଇନ ତକିଆ ଦେଉ ନାହିଁ | ବୋଲି ଜାହ୍ନବୀଙ୍କ କମେଣ୍ଟ ମାଧ୍ୟମରେ ପ୍ରଶ୍ନ କରିଛନ୍ତି | ସେହିଭଳି କେତେଜଣ ଜାହ୍ନବୀ ଉକ୍ତ ତକିଆକୁ ହୋଟେଲ୍ରୁ ଚୋରି କରିଛନ୍ତି ବୋଲି କମେଣ୍ଟରେ ଲେଖିଛନ୍ତି | ତେବେ ଏନେଇ ଜାହ୍ନବୀଙ୍କର ଏ ନେଇ କୌଣସି ର‌୍ୟାକସନ ମିଳିପାରିନାହିଁ | ଆଗକୁ ଜାହ୍ନବୀଙ୍କର ଏକ ସାଉଥ ପ୍ରୋଜେକ୍ଟ ଆସିବାକୁ ଯାଉଛି | ୫ ଏପ୍ରିଲ ୨୦୨୪ରେ ଏହା ପରଦାକୁ ଆସିବ, ଯେଉଁଥିରେ ଜାହ୍ନବୀ ଜୁନିଆର ଏନ୍ଟିଆରଙ୍କ ସହ ସ୍କ୍ରିନ ସେୟାର କରିବେ | ସେହିଭଳି ଜାହ୍ନବୀଙ୍କୁ ଫିଲ୍ମି ଉଲଝରେ ମଧ୍ୟ ଦେଖିବାକୁ ମିଳିବ, ଯେଉଁଥିରେ ସେ ଏକ ଆଏଫଏସ ଅଫିସର ଭୂମିକାରେ ଅଭିନୟ କରିବେ | ଏହାର ଫାଷ୍ଟଲୁକ ଜାହ୍ନବୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ | ଏହାସହ ଜାହ୍ନବୀଙ୍କୁ ରାଜକୁମାର ରାଓଙ୍କ ସହ ମଧ୍ୟ ଦେଖିବାକୁ ମିଳିବ |

author

Related Articles

Leave a Reply

Your email address will not be published. Required fields are marked *