ତଥ୍ୟ ଲିକ ପାଇଁ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି

ତଥ୍ୟ ଲିକ ପାଇଁ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି

ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମୁତୟନ ଥିବା ସେନାର ବଡ ଅଧିକାରୀଙ୍କୁ ସେବାରୁ ବରଖାସ୍ତ କରିଛନ୍ତି ରାଷ୍ଟ୍ରପତି  କାହିଁକିନା ପାକିସ୍ତାନର ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରାଇଛନ୍ତି ସେନାର ମେଜର । ତେଣୁ ସେନାର ମେଜରଙ୍କୁ ନିଲମ୍ବିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୩୧ ରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି ବସିଥିଲା  । ସେଥିରେ ଏସସିଏଫ୍ ମେଜର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଉ ଏହାପରେ ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ନିଲମ୍ବିତ କରିଛନ୍ତି । ଆହୁରି ମଧ୍ୟ ତଦନ୍ତ ଘେରରେ ଅନ୍ୟ ସେନା ଅଧିକାରୀମାନେ ରହିଛନ୍ତି ବୋଲି ଶୁଣାଯାଉଛି ।  ପ୍ରତିରକ୍ଷା ବିଭାଗ ପକ୍ଷରୁ ଗତବର୍ଷ ମାର୍ଚ୍ଚ ମାସରୁ ଯାଞ୍ଚ ଆରମ୍ଭ ହୋଇଥିଲା । ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରାଯାଉଥିଲା ଆଉ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ରରେ ପାକିସ୍ତାନର ଗୁଇନ୍ଦ ବିଭାଗର କିଛି ବ୍ୟକ୍ତି ରହିଥିବା ପ୍ରମାଣ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *