ତାଣ୍ଡବ ରଚିଲା ଘୂର୍ଣ୍ଣଝଡ; ଚାଲିଗଲା ୫ ଜୀବନ

ତାଣ୍ଡବ ରଚିଲା ଘୂର୍ଣ୍ଣଝଡ; ଚାଲିଗଲା ୫ ଜୀବନ

ତାଣ୍ଡବ ରଚିଲା ଘୂର୍ଣ୍ଣଝଡ । ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏହାର ପ୍ରଭାବରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥୁବା ସୂଚନା ମିଳିଛି । ଘୂର୍ଣ୍ଣିଝଡ଼ ବେଳେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିଥିଲା । ୮୦୦ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ବିଦ୍ୟୁତ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଛି । ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ପରିବାରକୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଡାକ୍ତରଖାନା ଯାଇ ମଧ୍ୟ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସାନ୍ତ୍ୱନା ମୂଳକ ସହାୟତା ରାଶି ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପଶ୍ଚିମବଙ୍ଗର ବିଜେପି କର୍ମୀଙ୍କୁ ସୋସିଆଲ ମିଡ଼ିିଆ ଏକ୍ସରେ ଆହ୍ୱାନ କରିଛନ୍ତି ମୋଦୀ ।

author

Related Articles

Leave a Reply

Your email address will not be published. Required fields are marked *