ତାଣ୍ଡବ ରଚିଲେ ହାତୀପଲ

ତାଣ୍ଡବ ରଚିଲେ ହାତୀପଲ

ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁଷର ବନଖଣ୍ତ ବୁଗୁଡା ବନାଞ୍ଚଳରେ ପୁଣି ତାଣ୍ଡବ ରଚିଲେ ହାତୀ ପଲ l ଭଗବାନପୁର ସେକ୍ସନ ନୁଆଁ ପଲ୍ଲୀ ବିଟ ସିଙ୍ଗିପୁର ଅଞ୍ଚଳର ଛଚିନିପଡିଆ ଗହିରମାଳରେ ୧୨ ଟି କିଆ ହାତୀପଲଙ୍କ ଉପଦ୍ରବରେ ମକା ଫସଲ ସମ୍ପୁର୍ଣ୍ଣଭାବେ କ୍ଷତିହେବା ସହିତି ବିଭିନ୍ନ ପରିବା ଚାଷ ମଧ୍ୟ କ୍ଷତି ଘଟିଥିବା ଦେଖିବାକୁ ମିଳିଛି l ଏଥିରେ ନେତ୍ର ଉତ୍ସବ ନାୟକ, ବାସୁଦେବ ନାୟକ, ଲିଙ୍ଗରାଜ ନାୟକ, ବଂଶୀଧର ନାୟକ ଙ୍କ ପ୍ରାୟ ୨ ଏକର ଜମିର ଫସଲ ନଷ୍ଟ ହୋଇଛି l କ୍ଷୟ କ୍ଷତିର ପରିମାଣ ପ୍ରାୟ ତିନିଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଚାଷି l ଗଛ ଉପରେ ମଞ୍ଚା କରି ଚାଷୀ ରାତି ଉଜାଗର ହୋଇ ହାତୀମାନଙ୍କ ଦାଉରୁ ଫସଲ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ ହେଁ ଚାଷୀଙ୍କ ପାଟି ତୁଣ୍ଡ ଓ ନିଆଁ ହୁଳାକୁ ଖାତିର ନକରି ଜମିରେ ଲାଗିଥିବା ପନିପରିବା ଓ ମକାଫସଲକୁ ହାତୀମାନେ ଖାଇ ଯିବା ସହ ଦଳାଚକଟା କରି ବହୁ ଫସଲ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଛନ୍ତି l ହାତୀପଲ ଆସିବା ସମ୍ପର୍କରେ ବନବିଭାଗ କୌଣସି ପୂର୍ବ ସୁଚନା ଦେଉନଥିବା ବେଳେ ରାତ୍ରକାଳିନ ପେଟ୍ରୋଲିଙ୍ଗ କରୁ ନଥିବା କଥା ଚାଷି ଅଭିଯୋଗ କରିଛନ୍ତି l ଖବର ପାଇ ବନପାଳ ଭୋଳେଶ୍ୱର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତିର ଆକଳନ କରି ଫେରିଛନ୍ତି l ସରକାରୀ ସ୍ତରରେ ଯାହା ସହାୟତା ଯୋଗାଇ ଦିଆଯାଉଛି ତାହା ସମୁଦ୍ରକୁ ଶଙ୍ଖେ ହେଉଥିବାରୁ ବର୍ଷ ସାରା ସେମାନଙ୍କ ପରିବାର କେମିତି ଚଳିବ ସେନେଇ ଚିନ୍ତାରେ ପଡିଛନ୍ତି ଚାଷୀ l

author

Related Articles

Leave a Reply

Your email address will not be published. Required fields are marked *