ତାତିରୁ ମିଳିବ ଆଶ୍ୱସ୍ତି

ତାତିରୁ ମିଳିବ ଆଶ୍ୱସ୍ତି

ଡହ ଡହ ଖରାରେ ସିଝୁଛି ଓଡିଶା । ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆଗାମୀ 24 ଘଣ୍ଟାରେ ଉପକୂଳ ମସେତ କିଛି ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହାଦ୍ୱାରା ଦିନର ତାପମାତ୍ରା କମିବାର ଚାନସ ରହିଛି । ସେହିପରି ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ରାଜ୍ୟରେ ଚଳିତ ଗ୍ରୀଷ୍ମଋତୁରେ ଅସହ୍ୟ ହୋଇଛି ତାତି । କିଛି ସହରର ତାପମାତ୍ରା ବିଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ଲୋକମାନେ ଅସହ୍ୟ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *