ତାମିଲନାଡୁ ନୁହେଁ…ନବୀନ ନିବାସରେ ଲୁଚିଛନ୍ତି ଭିକେ ପାଣ୍ଡିଆନ !

ତାମିଲନାଡୁ ନୁହେଁ…ନବୀନ ନିବାସରେ ଲୁଚିଛନ୍ତି ଭିକେ ପାଣ୍ଡିଆନ !

ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା ଥିଲେ ଭି କାର୍ତ୍ତିକେୟନ ପାଣ୍ଡିଆନ । ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଥିଲେ ଭିକେ ପାଣ୍ଡିଆନ । ହେଲେ ଚଳିତ ସାଧାରଣ ନିର୍ବାଚନ ପାଣ୍ଡିଆନଙ୍କ ରାଜନୈତିକ ଜାବନରେ ଆଣିଥିଲା ଏକ ଝଡ । ଏହାସହ 5t ବିଭାଗର ସଚିବ ଥିଲେ । ପାଣ୍ଡିଆନଙ୍କ ଗୋଟିଏ ବୟାନ ପାଇଁ ସେ ଆଜି ରାଜନୀତିରୁ ବିଦା ହୋଇଛନ୍ତି । ଘରେ ଘରେ ପରିଚିତ ଥିବା ପାଣ୍ଡିଆନ ବାବୁ ହିରୋ ରୁ ଜିରୋ ପାଲଟିଯାଇଛନ୍ତି ।  ନିର୍ବାଚନ ପ୍ରଚାର ସମୟରେ ବଡ ବଡ କଥା କହୁଥିବା ଭିକେ ପାଣ୍ଡିଆନଙ୍କ ପାଇଁ ବିଜେଡିର ଶୋଚନୀୟ ପରାଜୟ ହୋଇଛି ବୋଲି ସମସ୍ତେ କହୁଥିବା ବେଳେ ପ୍ରଚ୍ଛଦ ପଟରେ ରହି ବିଜେଡିର ଶାସନ ଭାର ସମ୍ଭାଳୁଛନ୍ତି ଭିକେ ପାଣ୍ଡିଆନ । ହେଲେ ଏବେ ସାମ୍ନାକୁ ଆସୁନାହାନ୍ତି । ବିଜେଡିରେ ଯେଉଁ ବଡ ବଡ ପରିବର୍ତ୍ତନ ହେଉଛି ସେଥିରେ ପାଣ୍ଡିଆନଙ୍କ ଭୂମିକା ରହୁଛି ବୋଲି ଚର୍ଚ୍ଚା ହେଉଛି । ପରାଜୟ ପରେ ରାଜନୀତିରୁ ସିନା ସେ ସନ୍ନ୍ୟାସ ନେଇଛନ୍ତି ହେଲେ ସେ କେଉଁଠି ଅଛନ୍ତି ତାହା କେହି ଜାଣନ୍ତିନି । ତାମିଲନାଡୁ ପଳେଇଗଲେ ନା ଓଡିଶାରେ କେଉଁଠି ଲୁଚିକି ଅଛନ୍ତି ସେ ନେଇ ଆଲୋଚନା ସମାଲୋଚନା ବଢୁଛି । ଦିନେ ଶାସକ ଦଳରେ ଅତ୍ୟନ୍ତ କ୍ଷମତାଶୀଳ ହୋଇପପଡିଥିବା ପାଣ୍ଡିଆନଙ୍କର ରାଜନୀତିରେ ଆଉ ଚିହ୍ନବହ୍ନ ନାହିଁ । ତେବେ ଚର୍ଚ୍ଚା ହେଉଛି ନବୀନ ନିବାସରେ ଲୁଚିକରି ରହିଛନ୍ତି ଭିକେ ପାଣ୍ଡିଆନ । ନବୀନ ନିବାସରେ ରହି ବିଜେଡିର ଗୋଟି ଚାଳନା କରୁଛନ୍ତି । କାହିଁକିନା ବିଜେଡି ଏବେ ଆଉ ଶାସକ ଦଳରେ ନାହିଁ ବିରୋଧି ଦଳରେ ଅବତୀର୍ଣ୍ଣ ହୋଇଛି । ଆଗାମୀ 5 ବର୍ଷ ପର୍ଯ୍ୟନ୍ତ କିଭଳି ଶାସକ ଭାରତୀୟ ଜନତା ପାର୍ଟିକୁ ଘେରିବେ ସେ ନେଇ ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଭିକେ ପାଣ୍ଡିଆନ । ତେବେ ଏହା ଏକ ଗୁଜବ ନା ଏ କଥାରେ କୌଣସି ସତ୍ୟତା ରହିଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *