ତାରାଙ୍କୁ ଧୋକା ସପ୍ତଗିରିଙ୍କୁ ଦେଖା !

ତାରାଙ୍କୁ ଧୋକା ସପ୍ତଗିରିଙ୍କୁ ଦେଖା !

କିଏ ଧରିବ କଂଗ୍ରେସର ମଙ୍ଗ ? କାହା ହାତରେ କଂଗ୍ରେସର ଭାର ଦେବେ ଏଆଇସିସି ସଭାପତି ? ଏହିଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଉଙ୍କି ମାରୁଛି । ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଭାଙ୍ଗିବା ପରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ବିରୋଧି ଦଳ ନେତା ଭାବେ ଦାୟିତ୍ୱ ଦେଇଥିଲେ । ଶରତ ପଟ୍ଟନାୟକ ସଭାପତି ପଦରୁ ହଟିବା ପରେ ଆଦିବାସୀ ନେତା ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସପ୍ତଗିରି ଉଲାକାଙ୍କ ନାଁକୁ ନେଇ ଚର୍ଚ୍ଚା । ଶରତଙ୍କ ନାଁରେ ପୂର୍ବରୁ ସପ୍ତଗିରି ବିରୋଧ କରି ମେଳି ବାନ୍ଧିଥିବା କଥା ଚର୍ଚ୍ଚା ହେଉଥିଲା । କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ପତିଆରା ବୃଦ୍ଧି ପାଇବାରେ ଲାଗିଛି । ଦଳର ବରିଷ୍ଠ ନେତା ତାରା ବାହିନୀପତିଙ୍କୁ ମଧ୍ୟ ସେ ଚର୍ଚ୍ଚାରେ ପଛରେ ପକାଇଦିଅନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତା ସାଙ୍ଗକୁ କୁହାଳିଆ ନେତା ହେଉଛନ୍ତି ତାରା ବାହିନୀପତି । ଭାଲୁ ଭାଇନାଙ୍କ ଶାଣିତ ଆକ୍ରମଣରେ ଶାସକ ଶିବିରରେ କମ୍ପନ ସୃଷ୍ଟି ହୋଇଥାଏ । କିନ୍ତୁ କଂଗ୍ରେସରେ ରହି ବିଧାୟକ ପଦବୀ ଛଡା ତାରାଙ୍କୁ କୌଣସି ପଦ ପଦବୀ ମିଳୁନାହିଁ । ବିଧାୟକ ଦଳ ନେତା ହେବା ପାଇଁ ଇଚ୍ଛା ରଖିଥିଲେ କିନ୍ତୁ ତାହା ମିଳିନାହିଁ । ଆଉ ଏବେ ପିସି ସଭାପତି ପଦବୀ ମଧ୍ୟ ହାତରୁ ଖସିପାରେ । ଜୟପୁର ବିଧାୟକ ତାରା ବାହିନୀପତି ସପ୍ତଗିରିଙ୍କୁ ପିସିସି ସଭାପତି କରିବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି । କିନ୍ତୁ ଦଳରେ କ୍ଷମତାଶୀଳ ବ୍ୟକ୍ତିତ୍ୱ ହୋଇଥିବା ହେତୁ ତାଙ୍କୁ ମଧ୍ୟ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ଉଚିତ ବୋଲି ସେ ପରୋକ୍ଷରେ କହିଛନ୍ତି । ତେବେ ବର୍ତ୍ତମାନ ଯେଉଁ ଚର୍ଚ୍ଚା ହେଉଛି କି କଂଗ୍ରେସ ବିଜେପିକୁ ଜବାବ ଦେବା ପାଇଁ ଆଦିବାସୀ କାର୍ଡ ଖେଳି ସପ୍ତଗିରିଙ୍କୁ ପିସି ସଭାପତି କରାଇବ ତାହା ଉପରେ କେବେ ମୋହର ବାଜିବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *