ତାରାଙ୍କ ଗଡ ଭେଦିବାକୁ ବିଜେଡିର ମାଷ୍ଟର ପ୍ଲାନ !

ତାରାଙ୍କ ଗଡ ଭେଦିବାକୁ ବିଜେଡିର ମାଷ୍ଟର ପ୍ଲାନ !

ବାଜିସାରିଛି ନିର୍ବାଚନର ବିଗୁଲ,ରଣହୁଙ୍କାର ଦେଲଣି ତିନି ରାଜନୈତିକ ଦଳ । ପ୍ରଚାର ମଇଦାନରେ ଜୋର ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ହଁ ଦର୍ଶକବନ୍ଧୁ ଉଷ୍ମ ହେଉଛି ଜୟପୁରର ରାଜନୈତିକ ପାଣିପାଗ । ଭାଲୁ ଭାଇନା ତଥା କଂଗ୍ରେସର ଭେଟରାନ ନେତା ତାରା ପ୍ରସାଦ ବାହିନୀ ପତିଙ୍କ ଗଡ ହେଉଛି ଜୟପୁର । କଥା କଥାରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥାନ୍ତି ଭାଲୁ ଭାଇନା । ନିଜର ରଙ୍ଗିଲା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି । ଜୟପୁରରେ ହ୍ୟାଟ୍ରିକ କରି ଆସୁଥିବା ଭାଲୁ ଭାଇନାଙ୍କ ଉପରେ ଦଳ ପୁଣିଥରେ ଭରସା କରି ପ୍ରାର୍ଥୀ କରାଇଛି । ନିଜର ଗଡକୁ ବଜାୟ ରଖିବା ଲକ୍ଷ୍ୟରେ ତାରା ନିଜର ଜୋରଦାର ପ୍ରଚାର ଆରମ୍ଭ କରିଦେଲେଣି । ଟିକେଟ ମିଳିବା ପରେ ସେ ନାମାଙ୍କନ ମଧ୍ୟ ଭରି ସାରିଛନ୍ତି । ତାରାଙ୍କ ଗଡ ଭେଦିବାକୁ ବିଜେଡି ଓ ବିଜେପି କରୁଛନ୍ତି ଗେମ ପ୍ଲାନ । ଭାଲୁ ଭାଇନାଙ୍କୁ ଟକ୍କର ଦେବେ ବିଜେପିରୁ ଗୌତମ ସାମନ୍ତରାୟ ଏବଂ ବିଜେଡ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରାଇ ଇନ୍ଦିରା ନନ୍ଦଙ୍କୁ ଟିକେଟ ଦେଇଛି । ତେବେ ତାରାଙ୍କ ଗଡକୁ ଭେଦ କରି ଶଙ୍ଖ ଫୁଙ୍କିବା କି ପଦ୍ମ ଫୁଟେଇବା ହୁଏତ ସହଜ ନ ହୋଇପାରେ । କାରଣ ତାଙ୍କ ଭଳି ଜଣେ ହେଭିୱେଟଙ୍କୁ ଟକ୍କର ଦେବା ସହଜ ନୁହେଁ । ନିଜର ବିରାଟ ପଟୁଆର ସହ ସେ ପ୍ରଚାର ଆରମ୍ଭ କରିଦେଲେଣି । ପୂର୍ବଥର ବିଜେପିରୁ ତାରାଙ୍କୁ ଟକ୍କର ଦେଇଥିବା ଗୌତମ ସାମନ୍ତରାୟଙ୍କ ଉପରେ ଦଳ ପୁଣିଥରେ ଭରସା କରି ଟିକେଟ ଦେଇଛି ଏବଂ ସେ ତାରାଙ୍କ ଗଡକୁ ଭେଦ କରିବାକୁ ନିଜର ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ବିଜେଡି ଜୟପୁରରେ ଖେଳିଛି ମହିଳା କାର୍ଡ । ଏଠାରେ ମହିଳା ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କୁ ଟିକେଟ ଦେଇ ବିଜେଡି ତାରାଙ୍କ ଗଡକୁ ଭେଦ କରିବାକୁ ଉଦ୍ୟମ କରିଛି । ଜୟପୁରରେ ହ୍ୟାଟ୍ରିକ କରି ଆସୁଥିବା ଭାଲୁ ଭାଇନାଙ୍କ ଗଡକୁ ଜିତିବା ଏତେ ସହଜ ନୁହେଁ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ କିଏ ଭେଦ କରିବ ଭାଲୁ ଭାଇନାଙ୍କ ଗଡ ।

author

Related Articles

Leave a Reply

Your email address will not be published. Required fields are marked *