ତାଲା ଭଙ୍ଗାଯାଇ ଖୋଲାଗଲା ରତ୍ନଭଣ୍ଡାର

ତାଲା ଭଙ୍ଗାଯାଇ ଖୋଲାଗଲା ରତ୍ନଭଣ୍ଡାର

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ସାଢେ ଚାରିକୋଟି ଓଡିଆ ଯେଉଁ ସମୟକୁ ଅପେକ୍ଷା କରିଥିଲେ ଶେଷରେ ସେହି ସମୟ ଆସିଯାଇଛି । ରତ୍ନଭଣ୍ଡାର ଖୋଲାଯିବ । ଆଜି ରତ୍ନଭଣ୍ଡାର ଖୋଲାଯାଇଛି । ଚାବି ନେଇ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଛନ୍ତି 15 ଜଣିଆ ଟିମ । କିନ୍ତୁ ଚାବିରେ ରତ୍ନଭଣ୍ଡାର ଖୋଲିଲାନି ତାଲା ଭଙ୍ଗାଯାଇଛି । ତେବେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ ସିନ୍ଦୁକରେ ରଖାଯାଉଛି । ରତ୍ନ ସବୁକୁ ସାଇତିବା ପାଇଁ ୬ଟି ସିନ୍ଦୁକକୁ ମଧ୍ୟ ମନ୍ଦିର ଭିତରକୁ ନିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *