ତିଆରି ହେବ ସୁନାର ରାସ୍ତା…

ତିଆରି ହେବ ସୁନାର ରାସ୍ତା…

ଦର୍ଶକବନ୍ଧୁ ସାରା ଦେଶ ଏବେ ବଢୁଥିବା ସୁନାର ମୂଲ୍ୟକୁ ନେଇ ଚିନ୍ତାରେ ପଡିଛି । ସାଧାରଣ ଗ୍ରାହକ ଟିଏ ବିବାହ ବ୍ରତ ପାଇଁ ସୁନା ମୁଦିଟିଏ କିଣିଲା ବେଳକୁ 10ଥର ଚିନ୍ତା କରିବାକୁ ପଡୁଛି । ଦିନକୁ ଦିନ ସୁନାର ମୂଲ୍ୟ ଅହେତୁକ ବୃଦ୍ଧି ପାଉଛି ଆଉ ଏହାରି ଭିତରେ ଦୁବାଇ ଏପରି ଏକ ଘୋଷଣା କରିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଦୁବାଇରେ ତିଆରି ହେବାକୁ ଯାଉଛି ସୁନାର ରାସ୍ତା । ଆଶ୍ଚର୍ଯ୍ୟ ହୁଅନ୍ତୁନି କଥା ଟି ଏକଦମ ସତ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦୁବାଇରେ ଏମିତି ଏକ ରାସ୍ତା ତିଆରି ହେବ ଯାହା ବିଶ୍ୱର ସବୁଠାରୁ ମହାଙ୍ଗା ରାସ୍ତା ହେବ । ଏବଂ ଏହି ରାସ୍ତା ପିଚୁ କି ଗୋଡିରେ ନୁହେଁ ବରଂ ସୁନାରେ ତିଆରି ହେବ । ଦୁବାଇର ଜଣେ ଶେଖ ‘ଦି ଗୋଲ୍ଡ ଡିଷ୍ଟ୍ରିକ୍ଟ’ ନାମକ ଏକ ପ୍ରକଳ୍ପ ଆଣିବାକୁ ଯାଉଛନ୍ତି । ତେବେ ଏହି ପ୍ରକଳ୍ପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦୁବାଇକୁ ବିଶ୍ୱର ସର୍ବବୃହତ ସୁନା ଏବଂ ଅଳଙ୍କାର କେନ୍ଦ୍ର କରିବା । ଏହି “ଗୋଲ୍ଡ ଡିଷ୍ଟ୍ରିକ୍ଟ” ରେ କେବଳ ସୁନାର ପ୍ରଦର୍ଶନୀ ହେବ ନାହିଁ ବରଂ ଏକ ବିଶାଳ ବାଣିଜ୍ୟିକ କେନ୍ଦ୍ର ବା କମର୍ସିଆଲ୍ ହବ୍ ଭାବରେ ମଧ୍ୟ କାର୍ଯ୍ୟ କରିବ । ଯେଉଁଥିରେ ଲାଇଫ ଷ୍ଟାଇଲ୍ ସହ ଜଡ଼ିତ ୧୦୦୦ ରୁ ଅଧିକ ଦୋକାନ ରହିବ । ଏହି ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଉଛି । ଦୁବାଇର ଏହି ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟରେ ଭାରତୀୟ ବ୍ରାଣ୍ଡଗୁଡ଼ିକର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିବ । ତେବେ ଏହି ପ୍ରକଳ୍ପଟି ଦୁବାଇର କେଉଁ ସ୍ଥାନରେ ହେବ ସେନେଇ ମଧ୍ୟ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ । ଦୁବାଇର ଦେଇରା ଅଞ୍ଚଳ ଠାରେ ଏହି ସୁନାର ସଡକ ନିର୍ମାଣ କରାଯିବ ।  ଆନ୍ତର୍ଜାତୀୟ ଅତିଥି ଏବଂ ବାଣିଜ୍ୟ ଅଂଶୀଦାରମାନଙ୍କୁ ସ୍ଥାପିତ କରିବା ପାଇଁ ଏଠାରେ ଛଅଟି ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ କରାଯିବ କାହିଁକିନା ଯେଉଁ ଗ୍ରାହକ ଏବଂ ବ୍ୟବସାୟ କରିବାକୁ ଆସିଥିବା ଲୋକଙ୍କ ରହିବା ଏବଂ ବ୍ୟବସାୟ କରିବାରେ ଯେମିତି କୌଣସି ଅସୁବିଧା ନ ହୁଏ । ଏହି ପଦକ୍ଷେପ ଦୁବାଇର ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଉଚ୍ଚତାକୁ ନେଇଯିବ ବୋଲି ଆଶା କରାଯାଉଛି ।

 

author

Related Articles

Leave a Reply

Your email address will not be published. Required fields are marked *