24 ପାଇଁ ମଇଦାନକୁ ଓହ୍ଲାଇବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ମାନେ କ୍ଷେତ୍ର ପ୍ରସ୍ତୁତି କଲେଣି । ବାଲେଶ୍ୱର ଲୋକସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ବଢୁଛି ଦ୍ୱନ୍ଦ । ବର୍ତ୍ତମାନ ବିଜେପି ହାତରେ ରହିଛି ଏହି ଲୋକସଭା ଆସନ । 2019ରେ ଏହି ଆସନ ଜିତିଥିଲେ ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ପ୍ରତାପ ଷଡଙ୍ଗୀଙ୍କ ସହ ଟକ୍କର ଦେଇଥିଲେ ବିଜେଡିରୁ ରବୀନ୍ଦ୍ର ଜେନା ଓ କଂଗ୍ରେସରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ଆଗାମୀ ନିର୍ବାଚନରେ ଭୋଟ ହାତେଇବା ପାଇଁ କଂଗ୍ରେସରୁ ନବଜ୍ୟୋତି ଓ ବିଜେପିରୁ ପ୍ରତାପ ବାଲେଶ୍ୱର ଲୋକସଭା କ୍ଷେତ୍ର ଗସ୍ତ କରୁଛନ୍ତି କିନ୍ତୁ ବିଜେଡିରେ ଜାରି ରହିଛି ସସପେନ୍ସ । ତେବେ ଚର୍ଚ୍ଚା ହେଉଛି କି ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପିରୁ ଅଶ୍ୱିନୀ ବୈଷ୍ଣବ ପ୍ରସ୍ତୁତ ହେଉଛନ୍ତି । ମନ୍ତ୍ରୀ ହେବା ପୂର୍ବରୁ ସେଠାରେ ସେ ଜିଲ୍ଲାପାଳ ରହିଥିଲେ । ଏବେ ସେ ବାରମ୍ବାର ବାଲେଶ୍ୱର ଗସ୍ତ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆସନ୍ତା ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନକୁ କେଉଁ ଦଳ ବାଜିମାତ କରିବ ?
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024
କୋବି କିଆରୀରେ ବାଘ
- November 16, 2024