ତୃତୀୟ ବିବାହ କଲେ ପାକିସ୍ତାନ କ୍ରିକେଟର ଶୋଏବ ମଲିକ

ତୃତୀୟ ବିବାହ କଲେ ପାକିସ୍ତାନ କ୍ରିକେଟର ଶୋଏବ ମଲିକ

ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ଆସିଲା ଛାଡପତ୍ର ନୋଟିସ । ତାଙ୍କ ସ୍ୱାମୀ ଶୋଏବ ମଲିକ ତୃତୀୟ ବିବାହ କରିଥିବା ଜଣାପଡିଛି । ତୃତୀୟ ବିବାହ କରି ଶୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି । ବୁଧବାର ସାନିଆ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯାହାକୁ ନେଇ ଶୋଏବଙ୍କ ସହ ତାଙ୍କର ଛାଡପତ୍ର ଖବର ଜୋର ଧରିଥିଲା । ଶୋଏବ୍ ପ୍ରଥମେ ୨୦୦୨ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ । ତାଙ୍କୁ ଛାଡପତ୍ର ଦେବା ପରେ ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ଏବେ ତାଙ୍କ ସହ ଛାଡପତ୍ର ଖବର ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ତୃତୀୟ ବିବାହ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *