ତେଲେଙ୍ଗାନାରେ ନିର୍ବାଚନ ପୂର୍ବରୁ କଂଗ୍ରେସର ବିଭିନ୍ନ ଘୋଷଣା

ତେଲେଙ୍ଗାନାରେ ନିର୍ବାଚନ ପୂର୍ବରୁ କଂଗ୍ରେସର ବିଭିନ୍ନ ଘୋଷଣା

ଚାରିଆଡେ ବାଜୁଛି 24 ନିର୍ବାଚନର ବିଗୁଲ । ନିର୍ବାଚନ ପାଇଁ ନେତା ମାନଙ୍କ ଭୋଟ ହାତେଇବା ପ୍ରୟାସ ଆରମ୍ଭ ହୋଇଗଲାଣି । ତେଲେଙ୍ଗାନାରେ ଚଳିତମାସ 30 ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଘୋଷଣା ପତ୍ର ଜାରି କରିଛନ୍ତି । 500 ଟଙ୍କାରେ ଗ୍ୟାସ ସିଲିଣ୍ଡର,ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା,200ୟୁନିଟ ପର୍ଯ୍ୟନ୍ତ ମାଗଣା  ବିଜୁଳି,ହିନ୍ଦୁ ଝିଅଙ୍କୁ ବାହାଘର ବେଳେ 1 ଲକ୍ଷ ଟଙ୍କା ଓ 10 ଭରି ସୁନା,ଉଚ୍ଚ ଶିକ୍ଷା ଲାଭ କରିବାକୁ ଥିବା ଝିଅମାନଙ୍କୁ ମାଗଣା ସ୍କୁଟି,କୃଷକ ମାନଙ୍କୁ 20 ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ,ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ ସୁବିଧା,ଫସଲ ବୀମା, ଅଙ୍ଗନୱାଡି ଶିକ୍ଷକଙ୍କ ମାସିକ ଦରମା 18 ହଜାର ଟଙ୍କା ବୃଦ୍ଧି ସହ ଇପିଏଫ ସୁବିଧା । ତେଲେଙ୍ଗାନା ଭୋଟରଙ୍କ ପାଇଁ ଏପରି ସୁବିଧା ଆଣିଛନ୍ତି ତେଲେଙ୍ଗାନା ସରକାର ।

author

Related Articles

Leave a Reply

Your email address will not be published. Required fields are marked *