ଥମୁନି ମେଣ୍ଟ ଚର୍ଚ୍ଚା….

ଥମୁନି ମେଣ୍ଟ ଚର୍ଚ୍ଚା….

 ମେଣ୍ଟ ନେଇ ଥମୁନି ଚର୍ଚ୍ଚା । ବରଂ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ଗତକାଲି ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି । ଏହା ସହ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ତିନି ଥର ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି । ଏବେ ରାଜ୍ୟ ନେତୃତ୍ୱ ପୁଣି ଦିଲ୍ଲୀ ଯାଇଥିବାରୁ ମେଣ୍ଟ ଚର୍ଚ୍ଚା ଆହୁରି ବଢିଯାଇଛି । ଅନ୍ୟପଟେ ମେଣ୍ଟକୁ ନେଇ ବିଜେଡି ଏଯାଏଁ ନୀରବ ରହିଛି । ବିଜେଡିର ଶୀର୍ଷ ନେତୃତ୍ୱ ଏଯାଏଁ ମେଣ୍ଟକୁ ନେଇ ସ୍ପଷ୍ଟ ମତ ରଖିନାହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *