ଥମୁନି ସୁଭଦ୍ରା ଦ୍ୱନ୍ଦ୍ୱ; ଅନିଶ୍ଚିତତାରେ ଅଙ୍ଗନୱାଡି କର୍ମୀ

ଥମୁନି ସୁଭଦ୍ରା ଦ୍ୱନ୍ଦ୍ୱ; ଅନିଶ୍ଚିତତାରେ ଅଙ୍ଗନୱାଡି କର୍ମୀ

ସୁଭଦ୍ରା ଯୋଜନାରେ ବହୁ ମହିଳା ପ୍ରଥମ କିସ୍ତି ଟଙ୍କା ପାଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଚୟନକୁ ନେଇ ଅନିଶ୍ଚିତତା ଲାଗିରହିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଏସମ୍ପର୍କରେ ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସୁଭଦ୍ରା ଯୋଜନାରେ ଭଞ୍ଜନଗର ବ୍ଲକର ପ୍ରାୟ ୫୦ଜଣ ଅଙ୍ଗନବାଡ଼ି କର୍ମୀ ପ୍ରଥମ କିସ୍ତି ବାବଦରେ ୫ହଜାର ଟଙ୍କା ପାଇସାରି ଥିବା ବେଳେ ଆହୁରି ୨ଶହ ଜଣ ଏଥିରୁ ବଞ୍ଚିତ ଅଛନ୍ତି।ତେଣୁ ଏହାକୁ ନେଇ ସେମାନେ ଅନିଶ୍ଚିତତା ମଧ୍ୟରେ ରହିଛି।ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସୁଭଦ୍ରା ଯୋଜନାରେ କୌଣସି ମହିଳା ସରକାରୀ କର୍ମଚାରୀ ଲାଭ ପାଇ ପାରିବେ ନାହିଁ।ତେଣୁ ସେମାନଙ୍କ ନାମ ଏହି ତାଲିକାରୁ ବାଦ ପଡ଼ିଛି ବୋଲି ଜାଣିବା ପରେ ଅଙ୍ଗନବାଡ଼ି କର୍ମୀମାନେ ପ୍ରଥମ କିସ୍ତି ଟଙ୍କା ପାଇଥିବା ଅନ୍ୟ କର୍ମଚାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।କେଉଁ ଆଧାରରେ ଅନ୍ୟ ଅଙ୍ଗନବାଡ଼ି କର୍ମୀଙ୍କୁ ଏହି ଟଙ୍କା ମିଳିଲା।ଯଦି ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ତାହେଲେ ସେମାନଙ୍କୁ ତୁରନ୍ତ ସରକାରୀ କର୍ମଚାରୀ ବୋଲି ଘୋଷଣା କରାଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *