ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କ ସହ..

ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କ ସହ..

ମୋ ଚୁଟି ଧରି ମୋତେ ନିଧୁର୍ମ ମାଡ଼ ମାରିଲେ .ମୁଁ ତାଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ ସେ ଶୁଣିନେଲେନି .ପରେ ସେ ମତେ ପୋଲିସ ଷ୍ଟେସନରୁ ଘୋଷାଡି ନେଇଗଲେ .ପରେ ଜଣେ ଲେଡି କନଷ୍ଟେବଲ ମୋ ବେଗ ଚିପିବାକୁ ଚେଷ୍ଟା କଲେ . ମୁଁ ନିଜକୁ ରକ୍ଷା କରିବାକୁ ତାଙ୍କ ହାତକୁ କାମୁଡି ଦେଲି .ଦର୍ଶକ ବନ୍ଧୁ ଗୋଟିଏ ପଟେ ସରକାର ତାଙ୍କ ୧୦୦ ଦିନ ପୂର୍ତି ଅବସରରେ .ସଫଳତାର ଗାଥା ଗାଉଥିବା ବେଳେ .ଏବେ ଆଉ କେଉଁଠି ନୁହେଁ ଖୋଦ ରାଜଧାନୀ ଛାତି ଉପରେ ନରୀକୁ ଅସମ୍ମାନର ଚିତ୍ର ସମସ୍ତ ଙ୍କୁ ଦୋହଲାଇଦେଇଛି .ଭରତରପୁର ଥାନାରେ ମେଜର ଗୁରବାଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ଉଠୁଛି ପଡ଼ୁଛି ଭୁବନେଶ୍ୱର .

ଏହାରି ଭିତରେ ସେଦିନ ରାତିରେ ଭରତପୁର ଥାନା ଭିତର ଭିଡିଓ ସାମ୍ନାକୁ ଆସିଛି .ଆଉ ଥାନା ଭିତରେ କଣ ଚାଲିଛି .ସେଠାରେ ଆଇ ଶୃଙ୍ଖଳା ବ୍ୟବସ୍ଥା କିପରି ତାହା ହାଟରେ ପଡି ବାଟରେ ଗଡୁଛି .ଦୃଶ୍ୟକୁରେ ଯୁବତୀ ଜଣକ ପୋଲସଙ୍କୁ ସେମାନଙ୍କ ପର୍ଦାଫାସ କରିବା କଥା ମଧ୍ୟ କହୁଛନ୍ତି .ଥାନା ଭିତରେ କଣ ଚାଲିଛି ସେ ତାର ଭିଡିଓ କରୁଥିବା କହୁଛନ୍ତି .ପରେ ଯୁବତୀ ଜଣକ କବାଟକୁ ଯୋର ଯୋର ବାଡୋଉଛନ୍ତି .

.ତେବେ ଏହାରି ଭିତରେ ଭରତପୁର ଥାନାରେ ଥାର୍ଡ ଡିଗ୍ରୀ ପରେ ଏମ୍ସ ହସ୍ପିଟାଲରୁ ଆସିଛି ଅଙ୍କିତାଙ୍କ ଭିଡିଓ .ଏକ ହ୍ୱିଲ ଜେୟାରରେ ବସାଇ କିଛି ମହିଳା ପୋଲିସ କର୍ମଚାରୀ ତାଙ୍କୁ ହସ୍ପିଟାଲ ବାରଣ୍ଡାରେ ନେଉଛନ୍ତି .ପୋଲିସ ମାଡ଼ରେ ତାଙ୍କ ହାତରେ ଆଘାତ ଲାଗିଛି ,ତାଙ୍କ ଓଠ ଫାଟି ଦାନ୍ତ ଭାଙ୍ଗିଯାଇଛି .ସେ ଠିକସେ କଥା ହୋଇପାରୁନାହିଁନ୍ତି .
ଏହି ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ,ପୁରା ଘଟଣାରେ ରିପୋର୍ଟ ତଲବ କରିଛନ୍ତି .ନ୍ୟାସନାଲ କିମିଶନ ଫର ଓମେନ ଏନସିଡବ୍ଲ୍ୟୁ ଆଜି ସୁଦ୍ଧା ରିପୋର୍ଟ ଦେବା ପାଇଁ କ୍ରାଇମବ୍ରାଂଚକୁ କୁହାଯାଇଛି

author

Related Articles

Leave a Reply

Your email address will not be published. Required fields are marked *