ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ !

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ !

ରାଜ୍ୟରେ ଅସମ୍ଭାଳ ହେଉଛି ତାତି । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । କିନ୍ତୁ ଆଶ୍ୱସ୍ତି କର କଥା ଯେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଞ୍ଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେ ଧୀରେ ଜଳୀୟ ବାଷ୍ପର ମାତ୍ରା ବୃଦ୍ଧି ପାଇଛି । ଫଳରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଏହି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ପରସ୍ପର ସଂସ୍ପର୍ଶରେ ପ୍ରତିକ୍ର୍ରିୟା ଯୋଗୁ କାଳବୈଶାଖୀ ବର୍ଷା ହୋଇପାରେ । ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।

author

Related Articles

Leave a Reply

Your email address will not be published. Required fields are marked *