ଦନ୍ତ ଚିକିତ୍ସକଙ୍କ ସହର

ଦନ୍ତ ଚିକିତ୍ସକଙ୍କ ସହର

ମେକ୍ସିକୋର ଲସ ଏଲଗୋଡୋନ୍ସ ସହର ଦନ୍ତ ଚିକିତ୍ସକଙ୍କ ସହର ଭାବେ ପରିଚିତ | ଏହା ଏମିତି ଏକ ସହର, ଯାହାର ଗଳିକନ୍ଦିରେ ଯେମିତି ହେଲେ ଜଣେ ଦନ୍ତ ଚିକିତ୍ସକ ମିଳିଯାନ୍ତି | ସହରର ଜନସଂଖ୍ୟା ପ୍ରାୟ ସାତ ହଜାର ହୋଇଥିବାବେଳେ ସେଥିରୁ ୬୦୦ ଜଣ ହେଉଛନ୍ତି କେବଳ ଦନ୍ତ ଚିକିତ୍ସକ | ଏଣୁ ଏଠାରେ ଲୋକଙ୍କୁ ଦନ୍ତ ଚିକିତ୍ସକଙ୍କୁ ଖୋଜିବାରେ କୌଣସି ସମସ୍ୟା ହୋଇ ନ ଥାଏ | ସହରର ଚାରୋଟି ପ୍ରମୁଖ ରାସ୍ତାରେ ଦାନ୍ତ ଡାକ୍ତରଙ୍କ ଶତାଧିକ କ୍ଲିନିକ ଅଛି | ଏହି ସବୁ କ୍ଲିନିକର ଡାକ୍ତରମାନେ କମ ଟଙ୍କାରେ ରୋଗୀଙ୍କୁ ଭିନ୍ନ ଭିନ୍ନ ଅଫର ପ୍ରଦାନ କରିଥାନ୍ତି | ସେହିପରି ପର୍ଯ୍ୟଟନ ଋତୁରେ ଅର୍ଥାତ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି | ଫଳରେ ସହରର ଜନସଂଖ୍ୟା ଦ୍ଵିଗୁଣ ହୋଇଯାଏ | ତେବେ ପର୍ଯ୍ୟଟକମାନେ ସହରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କି ମଜାମସ୍ତି କରିବାକୁ ସେମାନେ ଏଠାକୁ ଆସି ନ ଥାନ୍ତି, ବିଭିନ୍ନ ପ୍ରକାର ଦନ୍ତ ସର୍ଜରୀ ଲାଗି ଆସନ୍ତି | ବିଶେଷ କରି ଆମେରିକା, ବ୍ରିଟେନ ଓ କାନାଡ଼ାର ଲୋକେ ଏଠାରେ ଅଧିକ ଦାନ୍ତ ସର୍ଜରୀ କରାଇଥାନ୍ତି | ଏଠାରେ ଦାନ୍ତର ସର୍ଜରୀ ପାଇଁ ଯେତିକି ତାଙ୍କ ଖର୍ଚ୍ଚ ହୁଏ, ତାହା ଆମେରିକା ତୁଳନାରେ ବହୁତ କମ | ତେଣୁ ବେଳେ ବେଳେ ଗହଳି ଏତେ ଅଧିକ ହୋଇଯାଏ ଯେ, ଦାନ୍ତ ଡାକ୍ତର ମଧ୍ୟ ଅଭାବ ପଡ଼ିଯାଆନ୍ତି | ସହରଟିର ଏଭଳି ବିଶେଷତ୍ୱ ଯୋଗୁ ଏହା ‘ଡେଣ୍ଟାଲ ଟୁରିଜିମ କ୍ୟାପିଟାଲ’ ଭାବେ ପରିଚିତ |

author

Related Articles

Leave a Reply

Your email address will not be published. Required fields are marked *