ଦବିଲା 16 ନମ୍ୱର ଜାତୀୟ ରାଜପଥ,ମୁହଁ ଖୋଲିଲେ ସୁଲୋଚନା ଦାସ କହିଲେ…

ଦବିଲା 16 ନମ୍ୱର ଜାତୀୟ ରାଜପଥ,ମୁହଁ ଖୋଲିଲେ ସୁଲୋଚନା ଦାସ କହିଲେ…

16 ନମ୍ୱର ଜାତୀୟ ରାଜପଥ ଦବିବା ଘଟଣାରେ ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ଏନଏଚଆଇକୁ ଦୋଷ ଦେଲା ବିଏମସି । ନିମ୍ନମାନର କାମ ହୋଇଥିବା ଅଭିଯୋଗ କହିଛନ୍ତି ମେୟର ସୁଲୋଚନା ଦାସ । କହିଛନ୍ତି, ‘ଓଭର୍ ବ୍ରିଜ ନିର୍ମାଣର ୬ ମାସ ଭିତରେ ରାସ୍ତା ଦବିବା ଆଶ୍ଚର୍ୟ୍ୟର ବିଷୟ। ବ୍ୟସ୍ତ ବହୁଳ ରାସ୍ତାର ଏଭଳି ଅବସ୍ଥା ମୃତ୍ୟୁକୁ ନିମନ୍ତ୍ରଣ କରୁଛି। ଖାଲି ଏ ବ୍ରିଜ ନୁହେଁ ସମସ୍ତ ନିର୍ମାଣଧିନ ବ୍ରିଜ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏଣୁ ଟେକ୍ନିକାଲ ଟିମ୍ ଆସି ଯାଞ୍ଚ କରିବା କଥା । ରାସ୍ତା ଦବିବାର ସତ୍ୟାସତ୍ୟ କାରଣ ଜାଣିବା ନିହାତି ଦରକାର। ‘ସେହିଭଳି ଏନଏଚଏଆଇ ଅନେକ କାମରେ ଅବହେଳା କରୁଛି। ଯାହା ଦ୍ୱାରା ବିଏମସି ଦୋଷ ମୁଣ୍ଡାଉଛି କହିଛନ୍ତି ମେୟର ସୁଲୋଚନା ଦାସ ।

author

Related Articles

Leave a Reply

Your email address will not be published. Required fields are marked *