ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ରେ ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ବାମୀକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା । ରାସ୍ତାରେ ତାଙ୍କର ବି ମୃତ୍ୟୁ ହୋଇଛି । ମୃତକ ହେଲେ ପୋଲସରା ଚଢ଼େୟାପଡା ଶାସନର ଦୁର୍ଗାମାଧବ ମିଶ୍ର (୪୦) ଓ ତାଙ୍କ ସ୍ତ୍ରୀ ଚିନ୍ମୟୀ ରାଣୀ ଶତପଥୀ (୩୪) । ସ୍ଥାନୀୟ ଲୋକ ଟ୍ରକ୍କୁ ଅଟକ ରଖିବା ସହ ଡ୍ରାଇଭରକୁ ପୁଲିସ ଜିମା ଦେଇଛନ୍ତି। ପୁଲିସ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥରେ ବସିଥିଲେ । ରାସ୍ତାରୋକ କରିବା ଦ୍ବାରା ଦୁଇ ପାର୍ଶ୍ଵରେ ରାସ୍ତା ଜାମ୍ ହେବା ସହ ଶହ ଶହ ଗାଡ଼ି ଅଟକି ରହିଛି । ଗୋସାଇଁନୂଆଗାଁ, ବୈଦ୍ୟନାଥପୁର ଓ ଟ୍ରାଫିକ୍ ଥାନା କ୍ଷତିପୂରଣ ଦିଆଗଲେ ହିଁ ରାସ୍ତାରୁ ହଟିବେ ବୋଲି କହିଛନ୍ତି। ଜାତୀୟ ରାଜପଥ ଦୁଇ ପାର୍ଶ୍ବରେ ଶତାଧ୍ଵକ ଗାଡ଼ି ଜାମ୍ ହୋଇ ରହିଛି । ପୁଲିସ ଧାରଣରେ ଥିବା ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛି। ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଧାରଣାରତ ଲୋକ ଜିଦ୍ ଧରି ରହିଛନ୍ତି।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024