ଦଳର ମୁଖିଆଙ୍କୁ ପଛରେ ପକାଇଲେ ସନ୍ତୃପ୍ତ ମିଶ୍ର !

ଦଳର ମୁଖିଆଙ୍କୁ ପଛରେ ପକାଇଲେ ସନ୍ତୃପ୍ତ ମିଶ୍ର !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଲେ ସନ୍ତୃପ୍ତ ମିଶ୍ର । ନାମାଙ୍କନ ଭରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଅଧିକ ସମ୍ପତ୍ତି ର ମାଲିକ ହେଉଛନ୍ତି ସନ୍ତୃପ୍ତ । ହଁ ଦର୍ଶକବନ୍ଧୁ, ନିର୍ବାଚନ ପାଇଁ ରାଜ୍ୟରେ ଚାଲିଛି ନାମାଙ୍କନ ଦାଖଲର ପର୍ବ । ନିଜ ନିଜ ସମର୍ଥକଙ୍କୁ ନେଇ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ଆଉ ଏହି ସମୟରେ ନେତାମନ୍ତ୍ରୀମାନେ ତାଙ୍କର ସମ୍ପତ୍ତିର ପେଡି ମଧ୍ୟ ଖୋଲୁଛନ୍ତି । କାହା ପାଖରେ କେତେ ସମ୍ପତ୍ତି ରହିଛି ତାର ଚିଠା ଦେଉଛନ୍ତି । ଆଉ ଏହାରି ମଧ୍ୟରେ ଏପର୍ଯ୍ୟନ୍ତ ନାମାଙ୍କନ ଭରିଥିବା ନେତାଙ୍କ ମଧ୍ୟରେ ସବୁଠୁ ଧନୀ ପ୍ରାର୍ଥୀ ଭାବରେ ବିଜେଡିର ନେତା ସାମିଲ ହୋଇଛନ୍ତି । ବିଜେଡିର ସବୁଠୁ ଧନୀ ନେତାଙ୍କ ମଧ୍ୟରେ ଆଗରେ ରହିଛନ୍ତି କଟକ ଲୋକସଭା ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର । ଆଦିତ୍ୟ ବିର୍ଲା ଗ୍ରୁପର ପୂବତନ ଏଚଆର ମୁଖ୍ୟ ହେଉଛନ୍ତି ସନ୍ତୃପ୍ତ । ଆଦିତ୍ୟ ବିର୍ଲା ଗ୍ରୁପ ଛାଡିବା ପରେ ସେ ଫେବୃଆରୀ ମାସରେ ବିଜେଡିରେ ସାମିଲ ହୋଇଥିଲେ । ଯାହା ପରେ ସେ ରାଜନୀତିରେ ସକ୍ରିୟ ରହିବା ସହ ସିଧାସଳଖ ଲୋକସଭା ଟିକେଟ ମଧ୍ୟ ପାଇଛନ୍ତି । ଆଉ ଏବେ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ସମସ୍ତ ତଥ୍ୟ ନିଜ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ସନ୍ତୃପ୍ତ ମିଶ୍ରଙ୍କ ପାଖରେ ୫୩ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି, ଏବଂ ୪୦୮ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ସୂଚନା ମିଳିଛି । ତେବେ ସନ୍ତୃପ୍ତଙ୍କ ପାଖରେ ପ୍ରାୟ ୪ କୋଟି ଟଙ୍କା ବ୍ୟାଙ୍କରେ ରହିଛି । ଯେଉଁଥିରୁ ୧୦୦ ପାଉଣ୍ଡ ବା ୧୦,୫୨୧ ଟଙ୍କା ଲଣ୍ଡନର ଏକ ବ୍ୟାଙ୍କରେ ରହିଛିା ତେବେ ଦଳର ସୁପ୍ରିମୋଙ୍କ ପାଖରେ ମାତ୍ର ୭୧ କୋଟି ଟଙ୍କା ଥିବା ବେଳେ ଦଳର ଜଣେ କର୍ମୀଙ୍କ ପାଖରେ ଏହାର ୬ ଗୁଣା ଅଧିକା ସମ୍ପତ୍ତି ଥିବା ଖବର ଏବେ ସବୁଆଡେ ଆଲୋଚନାର ପ୍ରସଙ୍ଗ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *