22ରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ତେବେ ଏହାକୁ ନେଇ ତେଜୁଛି ରାଜନୀତି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିରୋଧି ଏକ ପ୍ରକାର ଆସୁନାହାନ୍ତି । ଏହା ବିଜେପି ଓ ଆରଏସଏସର କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି । ଆମ ଆଦମୀ ପାର୍ଟି ମଧ୍ୟ ଏହ ଉତ୍ସବରେ ଯୋଗ ଦେଉନି । କିନ୍ତୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହରଭଜନ । ପଞ୍ଜାବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କ୍ରିକେଟରରୁ ନେତା ହୋଇଥିବା ହରଭଜନ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ସେ ସବୁ ଧର୍ମକୁ ସମ୍ମାନ ଦିଅନ୍ତି । ଦଳ ଅନୁମତି ନ ଦେଲେ ମଧ୍ୟ ସାଧାରଣ ଜନତା ଭାବେ ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ।
You can share this post!
author