ଦଳ ଉପରେ ଋଷିଛନ୍ତି କି ମନମୋହନ ଓ ସମୀର ?

ଦଳ ଉପରେ ଋଷିଛନ୍ତି କି ମନମୋହନ ଓ ସମୀର ?

ବିଜେଡି ପରି ବିଜେପି ଆପଣାଇଛି ନୂଆକୁ ଧୋକା ଓ ପୁରୁଖାଙ୍କୁ ଧୋକା ଫର୍ମୁଲା । ହଁ ଆଜ୍ଞା ଏକଥା ଆମେ କାହିଁକି କହୁଛି ତାହା ତ ଆପଣମାନେ ନିଶ୍ଚୟ ଜାଣିପାରୁଥିବେ । ନିର୍ବାଚନ ପୂର୍ବରୁ ଶାସକ ଦଳରେ ଥିବା ବିଜେଡି ଯେପରି ଦଳରେ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ଦେଉଥିଲା ଏବଂ ପୁରୁଖା ନେତାଙ୍କୁ ଧୋକା ଦେଉଥିଲା ସରକାର ଗଢିବା ପରେ ଏବେ ସେପରି କରୁଛି ଭାରତୀୟ ଜନତା ପାର୍ଟି ।  ଦଳରେ ପୁରୁଖାଙ୍କ ଅଭାବ ନାହିଁ ତଥାପି ରାଜ୍ୟସବା ପାଇଁ ମମତା ମହନ୍ତଙ୍କୁ ପଠାଗଲା । ମନମୋହନ ସାମଲ ଓ ସମୀର ଦାସଙ୍କ ଭଳି ଅନେକ ନେତା ଦଳକୁ ଜିତାଇବାରେ ଏକ ମୁଖ୍ୟ ଭୂମିକା ନେଇଛନ୍ତି ହେଲେ ତାଙ୍କୁ ଅଣଦେଖା କରାଯାଉଛି । ସରକାର ଗଢିବା ପରେ ବି ବିଜେପିରେ ଧୀରେ ଧୀରେ ଦେଖାଯାଉଛି ଗୋଷ୍ଠୀକନ୍ଦଳ । ହଠାତ କାହାକୁ କିଛି ନ କହି ବିଜେଡିରୁ ଓ ରାଜ୍ୟସଭା ସାଂସଦ ପଦବୀରୁ ମମତା ମହନ୍ତ ଇସ୍ତଫା ଦେବା ରାଜ୍ୟରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଏହାପରେ ମମତା ମହନ୍ତ ବିଜେପିରେ ସାମିଲ ହେବା ଓ ସିଧାସଳଖ ରାଜ୍ୟସଭା ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହେଲେ । ରାଜ୍ୟସଭାପତି ମନମୋହନ ସାମଲ ଓ ବିଜେପି ନେତା ସମୀର ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ହେଲେ ସେମାନଙ୍କୁ କୌଣସି ଦାୟିତ୍ୱ ଦେବା ବଦଳରେ ନୂଆ କରି ଦଳକୁ ଡିଆଁ ମାରିଥିବା ନେତାଙ୍କୁ ଦାୟିତ୍ୱ ଦିଆଯାଉଛି । ତେବେ ମମତା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ପାର୍ଟି ଅଫିସରେ ତାଙ୍କୁ ମିଠା ଖୁଆଇ ସ୍ୱାଗତ କରିଛନ୍ତି ମନମୋହନ ସାମଲ । ଏଭଳି ଦୃଶ୍ୟ ରାଜନୀତିରେ ମନମୋହନଙ୍କୁ ଆହୁରି ଚର୍ଚ୍ଚାକୁ ଟାଣୁଛି । ଅନ୍ୟପଟେ ନିର୍ବାଚନ ଶେଷ ମୁହୁର୍ତ୍ତରେ ବିଜେପିରେ ସାମିଲ ହୋଇଥିବା ସମୀର ଦାସ ମଧ୍ୟ ଦଳରେ ଦେଖାଯାଉନାହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *