ଦଳ ଛାଡିବେନି କମଲନାଥ

ଦଳ ଛାଡିବେନି କମଲନାଥ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ତାଙ୍କ ପୁଅ ନକୁଲନାଥ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ନେଇ ଜୋର ଚର୍ଚ୍ଚା ହେଉଛି । କିନ୍ତୁ ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି ।  କମଲନାଥ କଂଗ୍ରେସରେ ରହିଛନ୍ତି ଓ ଆଗାମୀ ଦିନରେ ରହିବେ ବୋଲି ତାଙ୍କ ସହଯୋଗୀ କହିଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ଏହା କହିଛନ୍ତି । ସେହିପରି ରାହୁଲ ଗାନ୍ଧୀଙ୍କ ସହ କମଲନାଥ କଥା ହୋଇଥିବା ସେ କହିଛନ୍ତି । କମଲନାଥ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି । ବିଜେପି ସହ ତାଙ୍କର କୌଣସି ଆଲୋଚନା ହୋଇନି ବୋଲି ସେ ସଫେଇ ଦେଇଛନ୍ତି । କମଲନାଥ ଦଳ ଛାଡିବା ଚର୍ଚ୍ଚା ଏକ ଗୁଜବ । ଏଥିରେ କୌଣସି ସତ୍ୟତା ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *