ରାଜ୍ୟରେ ଏବେ ପୂଜାର ମାହୋଲ । ଆଉ ଏହି ପୂଜାରେ ବି ରାଜନୀତିର ମାହୋଲ ଖୁବ ଜମୁଛି । ମଣ୍ଡପ ବୁଲୁଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପୂବତନ ମୁଖ୍ୟମନ୍ତ୍ରୀ । ଉଭୟ ଶାସକ ଏବଂ ବିରୋଧୀ ଦଳ ଗୋଟିଏ ଷ୍ଟ୍ରାଟେଜୀ ନେଇ ମଇଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେଣ୍ଡ ଆରମ୍ଭ କରିଥିବା ବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସେହି ଟ୍ରେଣ୍ଡକୁ ଫଲୋ କରିଛନ୍ତିା ସେ ମଧ୍ୟ ନବୀନଙ୍କ ପରି ପୂଜା ମଣ୍ଡପ ବୁଲିବା ସହ ସାଧାରଣ ଲୋକଙ୍କୁ ଭେଟୁଛନ୍ତି । ଯାହାକୁ ନେଇ ଏବେ ନାନା ଚର୍ଚ୍ଚା ମୁଣ୍ଡ ଟେକୁଛି । କିନ୍ତୁ ଏହି ଷ୍ଟ୍ରାଟେଜୀ କୁଆଡେ ବିଜେପିର ବୋଲି ବିଜେପି ନେତାମାନେ ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲିବା ଜାଣି ନବୀନ ମଧ୍ୟ ପୂଜା ମଣ୍ଡପ ବୁଲିବା ଆରମ୍ଭ କରିଛନ୍ତି ବୋଲି ବିଜେପି ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ୨୪ ବର୍ଷ ଧରି ନବୀନ ଯାହା କରିନଥିଲେ , ଘରୁ ବାହାରି ନଥିଲେ ଏପରିକି ବିଧାନସଭା ମଧ୍ୟ ଆସୁନଥିଲେ । କିନ୍ତୁ ଏବେ ସେସବୁ କରି ହାଇଲାଇଟ କରୁଥିବା ଅଭିଯୋଗ କରୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର କଣ ତାହା ଅଷ୍ଟମୀ ପୂଜାରୁ ସ୍ପଷ୍ଟ ହୋଇପଡିଛି । ମାଆଙ୍କ ମହାଅଷ୍ଟମୀରେ ନବୀନ ଭୂବନେଶ୍ୱରର ସମସ୍ତ ପୂଜା ମଣ୍ଡପ ବୁଲି ଥିଲୋ ଏବଂ ସାଧାରଣ ଲୋକଙ୍କୁ ଅତି ନିକଟରୁ ଭେଟି ଥିଲେ । ଯାହାକୁ ସାଧାରଣ ଲୋକ ବେଶ୍ ପସନ୍ଦ କରିଛନ୍ତି । ଏବଂ ତାଙ୍କୁ ଦେଖି କାନ୍ଦିବା ସହ ଭାବବିହ୍ୱଳ ହୋଇପଡିଥିବାର ଦେଖିବାକୁ ମିଳିଛି । କିଏ ନବୀନ ପଟ୍ଟନାୟକ ଜିନ୍ଦାବାଦର ନାରା ଦେଉଥିଲେ ତ ଆଉ କିଏ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଛନ୍ତି ବୋଲି କହୁଥିଲେ । ଆଉ ଏସବୁ ନବୀନଙ୍କ ପ୍ରତି ସେମାନଙ୍କ ଭଲପାଇବା ଏବଂ ଆଜି ବି ନବୀନଙ୍କ ପ୍ରତି ସେମାନଙ୍କ ମନରେ ସମ୍ମାନ ଥିବା ଦର୍ଶାଉଛନ୍ତି । ଏପରିକି ମହିଳାମାନେ ମଧ୍ୟ ନବୀନଙ୍କ ଦୀର୍ଘାୟୁ କାମନା କରିବା ସହ ସେ ତାଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କ୍ଷେତ୍ରରେ ଏପରି କିଛି ଦୃଶ୍ୟ ସେତେଟା ପରିଲକ୍ଷିତ ହୋଇନି । ନବୀନଙ୍କ ଗୋଟିଏ ଦିନ ବୁଲିବା ଆଗରେ ମୋହନଙ୍କ ଦୁଇ ଦିନ ବୁଲିବା ଫିକା ପଡିଯାଇଥିବା କୁହାଯାଉଛି । କିନ୍ତୁ ଏସବୁକୁ ଦେଖିବି ନଜର ଅନ୍ଦାଜ କରୁଛନ୍ତି ବିଜେପି ନେତା । ତେବେ ଆଗକୁ ଉପନିବାଚନ ଆସୁଥିବାରୁ ଦେଖାଯାଉ ନବୀନ ଏବଂ ମୋହନଙ୍କ ମଧ୍ୟରୁ ଜନତା କାହାକୁ ବାଛୁଛନ୍ତି ଏବଂ କିଏ ଜନତାଙ୍କ ହୃଦୟ ଜିତୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।
You can share this post!
author