ଦଶହରା ରେ ଧମାଲ ମଚେଇବେ ଦୁଇ ଓଲିଉଡ୍ ସୁପରଷ୍ଟାର

ଦଶହରା ରେ ଧମାଲ ମଚେଇବେ ଦୁଇ ଓଲିଉଡ୍ ସୁପରଷ୍ଟାର

ଏଥର ଦଶହରା ରେ ଧମାଲ ମଚେଇବେ ଦୁଇ ଓଲିଉଡ୍ ସୁପରଷ୍ଟାର । ପୂଜା ବଜାରରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ରାମ୍ । ଦୀର୍ଘ 16 ବର୍ଷ ପରେ ଏହି ସିନେମାରେ ଦୁଇ ଓଡିଆ ଷ୍ଟାର ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତି ଙ୍କୁ ଏକାଠି ଦେଖିବାକୁ ପାଇବେ ସିନେପ୍ରେମୀ । 2007 ମସିହାରେ କାଳୀଶଙ୍କର ସିନେମା ରେ ଦୁହିଁଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ଉଭୟ ଯୋଡିକୁ ନେଇ ପରଦା ପଛରେରେ ବହୁ ଚର୍ଚ୍ଚା ହେଉଥିଲେ ମଧ୍ୟ ଦୁହେଁ ଭଲ ବନ୍ଧୁ ଅଟନ୍ତି । ସିନେମାର ନାଁ ଘୋଷଣା ଦିନଠୁ ଏହା ଚର୍ଚ୍ଚାରେ ରହିଆସିଛି । ରାମ୍ ସିନେମାର ଏକ ଗୀତରେ ଅନୁଭବଙ୍କର ଦମଦାର ଏଣ୍ଟ୍ରି ହୋଇଛି ଯାହାର ଫଟୋ ସୁଟିଂ ସେଟ୍ ରୁ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର କିଛି ଗୀତରେ ନା ସିନେମାରେ କୌଣସି ଚରିତ୍ରରେ ଅନୁଭବ ନଜର ଆସିବେ ତାହା ଏବେ ଯାଏଁ ସ୍ପଷ୍ଚ ହୋଇନାହିଁ । ଯାହାକୁ ନେଇ ପ୍ରଶଂସକ ମହଲରେ ଉତ୍କଣ୍ଠା ଦେଖାଦେଇଛି । ରାମ୍ ସିନେମାକୁ ନେଇ ଇତିହାସ ରଚିବାକୁ ଚେଷ୍ଟା କରିଛନ୍ତି ପ୍ରଯୋଜକ ଅରିନ୍ଦମ ଓ ପୁରା ଟିମ୍ । ଅରିନ୍ଦମ 3 ବର୍ଷ ପରେ ରତ୍ନା ଫିଲ୍ମସ୍ ବ୍ୟାନରର ଚତୁର୍ଥ ଅବଦାନରେ ରାମ୍ ସିନେମା ସହ ମାର୍କେଟକୁ ଆସୁଛନ୍ତି । ସବୁଠାରୁ ବଡ କଥା ହେଲା ଅରିନ୍ଦମ ନିଜେ ଏହି ସିନେମାକୁ ପ୍ରଯୋଜିତ କରିଥିବାବେଳେ ନାୟକ ମଧ୍ୟ । ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି, ଚିତ୍ରନାଟ୍ୟ ଓ ସଂଳାପରେ ଭରଦ୍ୱାଜ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନାରେ ଆସାଦ ନିଜାମ ଓ ଲିଙ୍କନ, କ୍ୟାମେରା ପରିଚାଳନା ଦାୟିତ୍ୱରେ ସୁବ୍ରତ କେ ଖଟୋଇ ଏବଂ ନାୟିକା ଭାବେ ବେଙ୍ଗଲୀ ସୁନ୍ଦରୀ ରୂପସା ଓ ଅନ୍ୟ ଏକ ପ୍ରମୁଖ ଚରିତ୍ରରେ ବଲିଉଡ୍ ଅଭିନେତା ରାହୁଲ ଦେବ ନଜର ଆସିବେ । ସିନେମା ଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *