‘ଦହାଡ଼’ର ଟିଜର୍ ରିଲିଜ୍

‘ଦହାଡ଼’ର ଟିଜର୍ ରିଲିଜ୍

ଭୁବନେଶ୍ୱର:

୨୭ ମହିଳାଙ୍କ ମୃତ୍ୟୁ ରହସ୍ୟ ଖୋଲିବେ ସୋନାକ୍ଷୀ
ବଲିଉଡର ଲେଡି ଦବଙ୍ଗ ସୋନାକ୍ଷୀ ସିହ୍ନା ‘ଦହାଡ଼’ରୁ ଡିଜିଟାଲ ଡେବ୍ୟୁ କରିବେ | ଅପରାଧ ପୃଷ୍ଠଭୂମି ଉପରେ ଆଧାରିତ ଏହି ୱେବସିରିଜରେ ସୋନାକ୍ଷୀ ଜଣେ ପୋଲିସ ଅଫିସର ଭୂମିକାରେ ଦେଖାଯିବେ | ଏଥିରେ ‘ଗଲିବୟ’ ଫେମ ଅଭିନେତା ବିଜୟ ବର୍ମା ମଧ୍ୟ ଅଭିନୟ କରୁଛନ୍ତି | ଫିଲ୍ମି ନିର୍ମାତା ସୋସିଆଲ ମିଡିଆରେ ଏହାର ଟିଜର ଜାରି କରିଛନ୍ତି | ଏହି ସିରିଜର ନିର୍ଦ୍ଦେଶନା ଦାୟିତ୍ୱରେ ରିମା କାଗତି ଅଛନ୍ତି | ଏହି ସିରିଜ ଆମାଜନ ପ୍ରାଇମରେ ରିଲିଜ ହେବ | ସୋନାକ୍ଷୀ ତାଙ୍କ ଡିଜିଟାଲ ଡେବ୍ୟୁକୁ ନେଇ ବେଶ ଉତ୍ସାହିତ ଅଛନ୍ତି | ଟିଜରରେ ସୋନାକ୍ଷୀଙ୍କ ଦମଦାର ଏଣ୍ଟ୍ରି ଦେଖିବାକୁ ମିଳିଛି | ସେ ଏଥିରେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି | ୨୭ ମହିଳାଙ୍କ ହତ୍ୟା ମାମଲାର ତଦନ୍ତ କରୁଛନ୍ତି | ଏହା ସହ ଟିଜରରେ ଟ୍ରେଲର ବିଷୟରେ ସୂଚନା ଦିଆଯାଇଛି | ମେ ୩ରେ ଏହି ୱେବସିରିଜିର ଟ୍ରେଲର ରିଲିଜ ହେବ | ଏହି ସିରିଜିର ମୋଟ ୮ଟି ଏପିସୋଡ଼ ରହିଛି | ଏକ ସୁଲଭ ଶୌଚାଳୟରେ ଗୋଟିଏ ପରେ ଗୋଟିଏ ମହିଳାଙ୍କର ରହସ୍ୟମୟ ସ୍ଥିତିରେ ମୃତ୍ୟୁ ହେଉଛି | ଏହି ହତ୍ୟା ଉପରୁ ପର୍ଦ୍ଦା ଉଠାଇବାକୁ ସୋନାକ୍ଷୀ ଦାୟିତ୍ୱ ନେଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *