ଦାନା ପରେ ଡରାଇଲାଣି ଆଉ ଏକ ବାତ୍ୟା !

ଦାନା ପରେ ଡରାଇଲାଣି ଆଉ ଏକ ବାତ୍ୟା !


ଓଡିଶାକୁ ପୁଣି ମାଡି ଆସୁଛି ଆଉ ଏକ ବାତ୍ୟା । ଅସଲି ଖଡିରତ୍ନ ପଞ୍ଜିକାରେ ଏପରି କିଛି ଉଲ୍ଲେଖ କରାଯାଇଛି । ଅକ୍ଟୋବର ପରେ ଏବେ ନଭେମ୍ବର ମାସରେ ମଧ୍ୟ ଭୟଙ୍କର ବାତ୍ୟା ଆସିବା ନେଇ ଭବିଷ୍ୟବାଣୀ ହୋଇଛି । ନଭେମ୍ବର ୫ରୁ ୯ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ , ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନ ଜୀବନ ପ୍ରଭାବିତ ହେବା ନେଇ ପାଞ୍ଜିରେ ପୂର୍ବରୁ ଲିଖିତ ଅଛିା ଯାହାକୁ ନେଇ ଓଡିଶାବାସୀ ପୁଣି ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବା ନେଇ ଆକଳନ କରାଯାଉଛି । ତେବେ ଗତ ଦୁଇ ବର୍ଷ ହେବ ବାତ୍ୟାର ଏତେଟା ପ୍ରଭାବ ଓଡିଶା ଉପରେ ପଡୁନଥିଲା । କିନ୍ତୁ ଏବେ ଗୋଟିଏ ବର୍ଷରେ ଦୁଇ ଦୁଇଟି ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଓଡିଶା । ସତେ ଯେମିତି ଓଡିଶାବାସୀଙ୍କ ଠାରୁ ପ୍ରକୃତି ରିଭେନଜ ନେଉଛି । ତେବେ ପାଞ୍ଜିର ଏହି ଭବିଷ୍ୟବାଣୀ ପାଣିପାଗ ବିଭାଗର ଆକଳନର ଭୟ ମଧ୍ୟ ବଢାଇ ଦେଇଛି ।

କାରଣ ଅକ୍ଟୋବର ବାତ୍ୟା ନେଇ ପାଞ୍ଜିରେ ଯାହା ଉଲ୍ଲେଖ ରହିଥିଲା ତାହା ସତ ହୋଇଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ୨ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ନଭେମ୍ବର ୫ ରୁ ୬ ତାରିଖ ବେଳକୁ ଉତ୍ତର ଆରବ ସାଗର ଓ ପାଶ୍ୱବାର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ଆଶଙ୍କା କରାଯାଉଛି । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇନପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଅକ୍ଟୋବର ମାସରେ ବାତ୍ୟା ନେଇ ଯାହା ଆକଳନ କରାଯାଇଥିଲା ତାହା ସତ ହେଲା । ତେଣୁ ନଭେମ୍ବରରେ ଯେଉଁ ବାତ୍ୟା ନେଇ ଉଲ୍ଲେଖ ରହିଛି ତାହା ମଧ୍ୟ ସତ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ ଦେଖାଯାଉ ଖଡିରତ୍ନ ପାଞ୍ଜିକାର ଭବିଷ୍ୟବାଣୀ ଏବଂ ପାଣିପାଗ ବିଭାଗର ଆକଳନ ଅନୁସାରେ ନଭେମ୍ବରରେ ବାତ୍ୟା ହେଉଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *