ଦାମ ପାଇଁ ଟ୍ରୋଲ୍

ଦାମ ପାଇଁ ଟ୍ରୋଲ୍

ଭୁବନେଶ୍ୱର:

ନିକଟରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ନିଜର କ୍ଳୋଦିଂ ବ୍ରାଣ୍ଡ ଡି ୟାଭୋ ଆଇଏକ୍ସର ଲଞ୍ଚ କରିଛନ୍ତି | କିଙ୍ଗ ଖାନ ନିଜେ ଏହି ବ୍ରାଣ୍ଡକୁ ଲଞ୍ଚ କରିଛନ୍ତି | ହେଲେ ଏହି ବ୍ରାଣ୍ଡରେ ମିଳୁଥିବା ପୋଷାକର ମୂଲ୍ୟକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି | ସୋସିଆଲ ମିଡିଆରେ ଏଥିପାଇଁ ଆର୍ଯ୍ୟନ ଟ୍ରୋଲିଂର ସାମ୍ନା କରିବାକୁ ପଡିଛି | ଏହି ବ୍ରାଣ୍ଡରେ ଶାହରୁଖଙ୍କ ଅଟୋଗ୍ରାଫ ଥିବା ଜାକେଟ କଲେକ୍ସନ ରହିଛି | ହେଲେ ଏହି ଜାକେଟର ମୂଲ୍ୟ ରହିଛି ୨ଲକ୍ଷ, ଯାହାକୁ ଗ୍ରାହକ ପସନ୍ଦ କରିନାହାନ୍ତି | ସେହିଭଳି ଅନ୍ୟ କଲେକ୍ସନରେ ଟି-ସାର୍ଟର ମୂଲ୍ୟ ୨୫ ହଜାରରୁ ଆରମ୍ଭ ହୋଇ ୪୭ ହଜାର ରହିଛି | ଜଣେ ସାଧାରଣବର୍ଗର ଲୋକପାଇଁ ଏହି ଦାମ ଖୁବ ଅଧିକ ଥିବାରୁ ଆର୍ଯ୍ୟନଙ୍କୁ ଟ୍ରୋଲ କରାଯାଉଛି | ସୂଚନା ଅନୁସାରେ ଆର୍ଯ୍ୟନ କୋ ପାଟନର ଭାବେ ଏହି ବ୍ରାଣ୍ଡକୁ ଆରମ୍ଭ କରିଛନ୍ତି | ବ୍ୟବସାୟ ଛାଡ ଆର୍ଯ୍ୟନ ଫିଲ୍ମି ମେକିଂରେ ମଧ୍ୟ କାମ କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *