ଦିଗପହଣ୍ଡିରେ ଫୁଟିବ କି ପଦ୍ମ ?

ଦିଗପହଣ୍ଡିରେ ଫୁଟିବ କି ପଦ୍ମ ?

ରାଜ୍ୟରେ ନିର୍ବାଚନର ବିଗୁଲ ବାଜି ସାରିଛି । ମଙ୍ଗଳବାର ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଦିଗପହଣ୍ଡି ବିଧାନସଭାରୁ ଦଳ ଭରସା କରି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟକ୍କର ଦେଇଛି । ଦଳ ତାଙ୍କୁ ଲୋକସଭା ନ ଦେଇ ବିଧାନସଭା ଟିକେଟ ଦେଇଛି । ପୂର୍ବରୁ ସେ ବିଜେଡି ଟିକେଟରେ ଦୁଇ ଦୁଇ ଥର ବ୍ରହ୍ମପୁର ଲୋକସଭାରୁ ସାଂସଦ ହୋଇଛନ୍ତି । କିନ୍ତୁ ସେ ବିଜେପିରେ ମିଶିବା ପରେ ଦଳ ତାଙ୍କୁ ଦିଗପହଣ୍ଡି ବିଧାନସଭାରୁ ପ୍ରାର୍ଥୀ କରାଇଛି । ସେପଟେ ସିଦ୍ଧାନ୍ତଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଗପହଣ୍ଡିର ପୂର୍ବତନ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ।

ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ଦିଗପହଣ୍ଡି । ଚର୍ଚ୍ଚା ହେଉଛି କି ଏହି ଆସନରେ ଜୋରଦାର ହେବ ଲଢେଇ କାହିଁକିନା ଜଣେ ଅଭିଜ୍ଞଙ୍କୁ ଟକ୍କର ଦେବେ ଜଣେ ନବାଗତ । ରାଜନୀତିରେ ନୂଆ ହେଲେ ମଧ୍ୟ  ବିଜେଡିର ଗଡ କୁହାଯାଉଥିବା ଦିଗପହଣ୍ଡିରେ ବିପ୍ଲବ ପାତ୍ର ନିଜର ଭଲ ଲୋକପ୍ରିୟ ଓ ସଙ୍ଗଠନ ସୃଷ୍ଟି କରିଛନ୍ତି । ହଁ ଦର୍ଶକବନ୍ଧୁ ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ଥିବା ତଥା ସିନେଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଲୋକପ୍ରିୟ ମଧ୍ୟ କିଛି କମ ନୁହେଁ । ଏକ ସିନେଷ୍ଟାର ହିସାବରେ ତାଙ୍କର ଯେଉଁ ଲୋକପ୍ରିୟତା ରହିଛି ତାହା ହୁଏତ ଦିଗପହଣ୍ଡିରେ ତାଙ୍କୁ ଜିତେଇବାରେ ସହଜ ହୋଇପାରେ । ଅନ୍ୟପଟେ ବାପାଙ୍କ ଗଡରେ ପୁଅ ବିପ୍ଲବଙ୍କର ଦବଦବା ମଧ୍ୟ ଜୋର । ପୂର୍ବଥର ଏହି ଆସନରେ ବିଜେପି ନେତାଙ୍କୁ ପ୍ରାର୍ଥୀ କରାଇ ହାରିଥିଲା । କିନ୍ତୁ ଏଥର ନବାଗତ ହିସାବରେ ତାଙ୍କର ଦବଦବା ଅନ୍ୟପଟେ ସିନେ ଷ୍ଟାର ହେତୁ ସିଦ୍ଧାନ୍ତଙ୍କ ଲୋକପ୍ରିୟତା ମଧ୍ୟ ରହିଛି । ତେବେ ଆଗାମୀ ନିର୍ବାଚନରେ କଣ ହେବ ଦିଗପହଣ୍ଡିର ଭବିଷ୍ୟତ ତାହା ସମୟ କହିବ । ପୁଣିଥରେ ବିଜେଡି ଗଡରେ ଶଙ୍ଖ ଆସିବ ନା ପଦ୍ମ ଫୁଟିବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *