ପଶ୍ଚିମବଙ୍ଗରେ ପୁଣି ଲଜ୍ୟାକର ଘଟଣା । ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଦୁଷ୍କର୍ମ । ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲରେ ଘଟିଛି ଅଘଟଣ । ଦ୍ୱିତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ । କ୍ୟାମ୍ପସ ଗେଟ ନିକଟରୁ ଘୋଷାଡି ନେଇ କଲେଜ ପଛପଟେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ରୀ ଜଣକ ବାଲେଶ୍ୱରର ଜଳେଶ୍ୱରର ବୋଲି ଜଣାପଡିଛି । ଅଭିଯୋଗ ପରେ ପୋଲିସ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।
You can share this post!
author
