ଦିନରେ ଅଧିକ ଶୋଇଲେ ହୃଦଘାତ ଆଶଙ୍କା

ଦିନରେ ଅଧିକ ଶୋଇଲେ ହୃଦଘାତ ଆଶଙ୍କା

ଭୁବନେଶ୍ୱର:

ହୃଦରୋଗୀଙ୍କୁ ସାଧାରଣତଃ ଡାକ୍ତରମାନେ ଆରାମ କରିବା ପାଇଁ କହିଥାନ୍ତି | କେବଳ ସକାଳେ ଓ ସନ୍ଧ୍ୟାରେ ଚଲାବୁଲା କରିବା ପାଇଁ କହିଥାନ୍ତି | ଏହାଦ୍ୱାରା ସେମାନଙ୍କ ଶରୀରରେ ରକ୍ତ ସଞ୍ଚାଳନ ଠିକ ହୋଇଥାଏ | ଶୀତ ଦିନରେ ଏହାର ଆବଶ୍ୟକତା ଥିବାବେଳେ ଗ୍ରୀଷ୍ମଋତୁରେ ଚାଲିବା ଦ୍ୱାରା ଅଧିକ ଥକ୍କା ଅନୁଭବ ହୋଇଥାଏ | ଏହାଦ୍ୱାରା ହୃଦସ୍ପନ୍ଦନ ମଧ୍ୟ ଅନିୟମିତ ହୋଇଯାଏ | ଦିନରେ କାର୍ଯ୍ୟ କରୁଥିବା ସମୟରେ ୩୦ମିନିଟ୍ରୁ ଅଧିକ ଶୋଇବା ଦ୍ୱାରା ବା ଆରାମ କରିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ୫ ଗୁଣ ବଢିଯାଏ ବୋଲି ଏବେ ଏକ ନୂତନ ଗବେଷଣାରୁ ଜଣାପଡିଛି | ବିଶ୍ୱରେ ୪କୋଟିରୁ ଉର୍ଦ୍ଧ୍ୱ ଲୋକ ଏହି ପରିସ୍ତିର ସାମନା କରୁଛନ୍ତି | ଗବେଷକମାନେ ୨୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ବିଶ୍ଳଷଣ କରିବା ପରେ ଏହି ତଥ୍ୟ ଜଣାପଡିଛି |

ଏହି ଲୋକମାନଙ୍କ ହୃଦସ୍ପନ୍ଦନ ଠିକ ଥିଲା | ଏମାନଙ୍କୁ ଶୋଇବା ପାଇଁ କୁହାଯାଇଥିଲା | ଏହାପରେ ଜଣାପଡିଥିଲା ଯେ, ଏମାନଙ୍କର ହୃଦସ୍ପନ୍ଦନ ଅନିୟମିତ ଭାବେ ବୃଦ୍ଧି ପାଇଛି | ଏହାର ମାତ୍ର ଏତେ ଅଧିକ ଥିଲା ଯେ, ହାର୍ଟଫେଲର ଆଶଙ୍କା ମଧ୍ୟ ରହିଥିଲା | ଗବେଷଣା ପାଇଁ ଲୋକଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା | ପ୍ରଥମ ଶ୍ରେଣୀ ହେଉଛନ୍ତି, ଯେଇଁମାନେ ଦିନରେ ଆଦୌ ଶୋଉ ନ ଥିଲେ | ଦ୍ୱିତୀୟ ଶ୍ରେଣୀ ହେଉଛନ୍ତି, ଯେଉଁମାନେ ଦିନରେ ପ୍ରାୟ ୩୦ମିନିଟ ଶୋଉଥିଲେ ଏବଂ ତୃତୀୟ ଶ୍ରେଣୀ ହେଉଛି, ଯେଉଁମାନେ ଦିନରେ ୩୦ମିନିଟ୍ରୁ ଅଧିକ ସମୟ ଶୋଉଥିଲେ | ଦିନରେ କାମ ଶୋଉଥିବା ଲୋକଙ୍କ ତୁଳନାରେ ଅଧିକ ଶୋଉଥିବା ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ଅଧିକ ଥିଲା ବୋଲି ଜଣାପଡିଥିଲା | ତେଣୁ ଗବେଷକମାନେ କହିଛନ୍ତି ଯେ, ଦିନରେ ଅଧିକ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ହୃଦଘାତ ହେବାର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ ୫ଗୁଣା ଅଧିକ ଥାଏ | ତେବେ ଡାକ୍ତରମାନେ କହିଛନ୍ତି ଯେ, ଦିନରେ ୧୫ରୁ୩୦ମିନିଟ ଶୋଇପାରିବେ | ନିଦ ହୃଦସ୍ପନ୍ଦନ ଉପରେ କିପରି ପ୍ରଭାବ ପକାଉଛି, ଏନେଇ ପ୍ରଥମ ଥର ଭଳି ଏକ ଗବେଷଣା କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *