ଦିନ ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

ଦିନ ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

କାମ ଦେଲାନି ସର୍ବଦଳୀୟ ବୈଠକ । ଆଜି ବିଧାନସଭାରେ ଆଦିବାସୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ପୁଣିଥରେ ଗୃହକୁ ଦିନ ୪ଟା ୍‌ାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ବାରମ୍ବାର ଗୃହ ମୁଲତବି । ପ୍ରଥମେ ପୋଡିୟମ ତଳେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ୧୨ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି । ପରେ ଗୃହକାର‌୍ୟ୍ୟ ଆରମ୍ଭରୁ ପୁଣିଥରେ ବିରୋଧୀଙ୍କର ସମାନ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଆଉ ୪୫ ମିନିଟ୍ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଗୃହକାର‌୍ୟ୍ୟ ଯେପରି ସ୍ୱାଭାବିକ ହେବ ସେଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା । କିନ୍ତୁ ସର୍ବଦଳୀୟ ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଫଳରେ ପୁଣିଥରେ ଗୃହକାର‌୍ୟ୍ୟ ଆରମ୍ଭରୁ ବିରୋଧୀ ହଙ୍ଗାମା କରିଥିଲେ । ଯେଉଁଥିପାଇଁ ଗୃହକାର‌୍ୟ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ଅନ୍ୟପଟେ ଗୃହ ମୁଲତବିକୁ ନେଇ ପରସ୍ପରକୁ ଟାର୍ଗେଟ କରିଛନ୍ତି ଉଭୟ ଶାସକ ଓ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ମୋହନ ମାଝୀ କହିଛନ୍ତି, ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତିକୁ ବିଜେପି ବିରୋଧ କରୁଛି । ଏହା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି । କିନ୍ତୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରୁଛି । କିଛି ଦିନ ପାଇଁ ସ୍ଥଗିତ କରି ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ବିଜେପି । ଏଥିରେ ରାଜ୍ୟ ସରକାରଙ୍କର ବଡ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି । ବିଜେଡ଼ି ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରିଛି ବିଜେପି । ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ ।
ଯାହାର ଜବାବରେ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ଆଦିବାସୀଙ୍କ ଜମି ବାବଦରେ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀ କେବଳ ରାଜନୀତି କରୁଛନ୍ତି । ଓଡିଶା ସାରା ଲୋକ ଜାଣିଛନ୍ତି ସେ ବିଲ ଆସିବାର ନାହିଁ କି ଏହା ଲାଗୁ ହେବାର ନାହିଁ ତାହା ବନ୍ଦ ହୋଇଯାଇଛି । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ବିରୋଧୀ ରାଜନୀତି କରୁଛନ୍ତି । ବିରୋଧୀଙ୍କ ପାଖରେ କୌଣସି ଇସ୍ୟୁ ନାହିଁ ତେଣୁ ସେମାନେ ଏହାକୁ ଇସ୍ୟୁ କରୁଛନ୍ତି । ସରକାର ଏହାକୁ ସମ୍ପୂର୍ଣରୂପେ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ରାଜକିଶୋର ।

author

Related Articles

Leave a Reply

Your email address will not be published. Required fields are marked *