ଦିବ୍ୟାଙ୍ଗ ମାନେ ପ୍ରମାଣପତ୍ର ପାଇଁ ପ୍ରତାରଣା

ଦିବ୍ୟାଙ୍ଗ ମାନେ ପ୍ରମାଣପତ୍ର ପାଇଁ ପ୍ରତାରଣା

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିନ୍ନକ୍ଷମ ସ୍ଵୀକୃତି ପତ୍ର ଶିବିର ଅନୁଷ୍ଠିତ ହେଉଥ‌ିବା ବେଳେ ହତାଶ ହୋଇ ଫେରିଛନ୍ତି ଶହ ଶହ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ । ଶେଷ ମୁହୂର୍ଗରେ ସ୍ବାସ୍ଥ୍ୟ ପରୀକ୍ଷା ପରିବର୍ତ୍ତନ କରାଯାଇଥିବାରୁ ପ୍ରତାରଣାର ଶିକାର ହୋଇଛନ୍ତି ଭିନ୍ନକ୍ଷମ। ଶେଷ ମୁହୂର୍ତ୍ତରେ ସ୍ବାସ୍ଥ୍ୟ ପରୀକ୍ଷା ତାରିଖ ପରିବର୍ଜନ; ହୀନସ୍ତା ହେଲେ ଦିବ୍ୟାଙ୍ଗ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ପ୍ରତ୍ୟେକ ମାସର ଦ୍ଵିତୀୟ ଓ ଚତୁର୍ଥ ସପ୍ତାହର ଶୁକ୍ରବାର ଦିନ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିନ୍ନକ୍ଷମ ପ୍ରମାଣପତ୍ର ଶିବିର ଅନୁଷ୍ଠିତ ହୋଇଆସୁଛି। ଅସ୍ଥିଶଲ୍ୟ, ଚକ୍ଷୁ ରୋଗ, ମାନସିକ ଅନଗ୍ରସର, ମୁକ ବଧିର, ଚକ୍ଷୁ ଓ ରକ୍ତ ଶିକୁଳି ପ୍ରଭୁତି ରୋଗୀମାନେ ନିଜର ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଚିକିତ୍ସାଳୟରେ ପହଞ୍ଚି ଥାଆନ୍ତି। ଚଳିତ ମାସ ଦ୍ଵିତୀୟ ଶୁକ୍ରବାର ଦିନ ଏଗାର ବ୍ଳକର ଶହ ଶହ ଦିବ୍ୟାଙ୍ଗ ପ୍ରତାରଣାର ଶିକାର ହେବା ସହ ହତାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ବ୍ଲକ ଅଞ୍ଚଳରୁ ରାୟଗଡ଼ା ୧୦୦ କିଲୋମିଟର ଦୂର ଯାତ୍ରା କରିବା ଓ ସେଠାରୁ ନିରାଶ ହୋଇ ଫେରିବା ଦିବ୍ୟାଙ୍ଗ ମାନଙ୍କ ପାଇଁ ଯମ ଯନ୍ତ୍ରଣା ପାଲଟିଛି। ଏଠି ପ୍ରଶ୍ନ ଉଠୁଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି ସ୍ଵାସ୍ଥ୍ୟ ପରୀକ୍ଷା ତାରିଖ ପରିବର୍ତ୍ତନ କଲା ତେବେ ବ୍ଲକ କାର୍ଯ୍ୟାଳୟକୁ କାହିଁକି ଖବର ଦିଆଗଲା ନାହିଁ ? ଯଦି ବ୍ଲକ ପ୍ରଶାସନ ପାଖରେ ଖବର ଥିଲା ତେବେ ପଞ୍ଚାୟତ ସ୍ତରରୁ ଆସୁଥ‌ିବା ଦିବ୍ୟାଙ୍ଗ ମାନଙ୍କ ନିକଟରେ ଆଗୁଆ ଖବର ଦିଆଗଲା ନାହିଁ କାହିଁକି? ପ୍ରଶାସନର ପରିଚାଳନାଗତ ତ୍ରୁଟି ପାଇଁ ଦିବ୍ୟାଙ୍ଗମାନେ ଭୋକ ଉପାସରେ ଫେରିଥ‌ିବା ବେଳେ ସେମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନଥୁଲା, ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

author

Related Articles

Leave a Reply

Your email address will not be published. Required fields are marked *