ଦିଲ୍ଲୀରୁ ଓଡ଼ିଶା ଫେରିଲେ ବିଜେପି ବ୍ରିଗେଡ

ଦିଲ୍ଲୀରୁ ଓଡିଶା ଫେରିଲେ ବିଜେପି ବ୍ରିଗେଡ । ୨୪ ନିବାଚନ ପାଇଁ ଦିଲ୍ଲୀରୁ ମୋଦୀ ମନ୍ତ୍ର ନେଇ ଓଡିଶା ଫେରିଛନ୍ତି ବିଜେପି ବିଧାୟକ । ଭୁବନେଶ୍ୱର ବିମାନବନ୍ଦରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ଯାଇଥିଲୁ ସେ ନେଇ ଆଲୋଚନା ହୋଇଛି । ଉଭୟ ନେତାଙ୍କ ସହ କଥାବାର୍ତ୍ତା ଉତ୍ସାହିତ କରିଛି । ରାଜ୍ୟରେ ସରକାର ଗଠନ ପାଇଁ କେନ୍ଦ୍ର ବିଜେପି ରାଜ୍ୟ ଶାଖାକୁ ସବୁ ପ୍ରକାରର ସହାୟତା କରିବ ।


ସାଂସଦ, ବିଧାୟକ ଓ କାର‌୍ୟ୍ୟକର୍ତ୍ତାଙ୍କ ଜରିଆରେ ଲୋକଙ୍କ ପାଖକୁ ଯିବ ଦଳ । ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ନରମ ହୋଇନାହିଁ ବରଂ ଆଗକୁ ଯୁଦ୍ଧ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଜାନୁଆରୀରେ ବିଜେପିର କେନ୍ଦ୍ରୀୟ ନେତା, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ୟୁପି ମୁଖ୍ୟମନ୍ତ୍ରୀ ଓଡିଶା ଆସିବେ ବୋଲି କହିଛନ୍ତି ଜୟନାରାୟଣ ।

author

Related Articles

Leave a Reply

Your email address will not be published. Required fields are marked *