ଦିଲ୍ଲୀରେ ଜଳସଙ୍କଟ..

ଦିଲ୍ଲୀରେ ଜଳସଙ୍କଟ..

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଦେଖାଯାଇଛି ଜଳ ସଙ୍କଟ । ଦିଲ୍ଲୀରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା ବେଳେ ପାଣି ଟୋପେ ରାଜଧାନୀ ବାସୀଙ୍କୁ ବେଶି କଲବଲ କରାଉଛି । ଏପରି ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା, ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି । ସେପଟେ କେଜ୍ରିୱାଲ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀରେ ପ୍ରତିଦିନ ୫୦ ମିଲିୟନ୍ ଗ୍ୟାଲନ୍ ଜଳର ଅଭାବ ରହିଛି । ପାଣିର ଗୋଟିଏ କିମ୍ବା ଦୁଇଟି ଟ୍ୟାଙ୍କର ଉପରେ ପୂରା କଲୋନିକୁ ନିର୍ଭର ହୋଇ ରହିବାକୁ ପଡୁଛି । ତେବେ ଜଳ ସଂକଟ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।  ସକାଳୁ ସକାଳୁ ଗୋଟିଏ ପାଣି ଟ୍ୟାଙ୍କର ଆସି ପହଞ୍ଚୁଛି, ଆଉ ଟ୍ୟାଙ୍କର ପହଞ୍ଚୁ ପହଞ୍ଚୁ ଲୋକେ ପାଣି ପାଇଁ ଟ୍ୟାଙ୍କର ଉପରେ ଚଢିଯାଉଛନ୍ତି । ପାଇପ୍ ଲଗାଇ ଯିଏ ପାଉଛି ପାଣି ଭରିକରି ନେଇଯାଉଛି । ଦିଲ୍ଲୀ ସରକାର କହିଛନ୍ତି ଯେ, ଜଳ ସଂକଟ ପାଇଁ ଟ୍ୟାଙ୍କର ମାଫିଆ ଦାୟୀ । ସେପଟେ ବିଜେପି କହିଛି, ଦିଲ୍ଲୀବାସୀ ଯଥାଶୀଘ୍ର ସରକାରକୁ ହଟାଇବା ଉଚିତ୍ ।

author

Related Articles

Leave a Reply

Your email address will not be published. Required fields are marked *