ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

24ପାଇଁ କଂଗ୍ରେସର ରଣନୀତି । ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ପ୍ରଭାରୀମାନଙ୍କୁ ନେଇ ଦିନ ୧୧ଟାରେ ଦିଲ୍ଲୀ ପାର୍ଟି ଅଫିସରେ ଏହି ବୈଠକ ବସୁଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଏହାର ଅଧ୍ୟକ୍ଷତା କରୁଥିବାବେଳେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ବି ଏଥିରେ ସାମିଲ ହେବେ । ବୈଠକରେ ଭାରତ ନ୍ୟାୟ ଯାତ୍ରାକୁ ନେଇ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରିବେ ରାହୁଲ । ଏଥିସହ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ ।ଆସନ୍ତା ୧୪ ଜାନୁଆରୀରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ଏହି ଯାତ୍ରା କିଭଳି ସଫଳ ହେବ ସେନେଇ ରାଜ୍ୟ ପ୍ରଭାରୀମାନଙ୍କ ସହ ଆଜିର ବୈଠକରେ ରାହୁଲ ବିସ୍ତୃତ ଆଲୋଚନା କରିବେ । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବ ।

author

Related Articles

Leave a Reply

Your email address will not be published. Required fields are marked *