ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି

୨୪ନିର୍ବାଚନରେ ଓଡିଶା ଦଖଲ ପାଇଁ ଦିଲ୍ଲୀରେ ହେବ ବିଜେପିର ମାଷ୍ଟରପ୍ଲାନ । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ। ଏଥିପାଇଁ ଗତକାଲି ଦିଲ୍ଲୀ ମୁହାଁ ହୋଇଛନ୍ତି ରାଜ୍ୟର ବିଧାୟକ ତଥା ବିଜେପିର ପୂରା ଗଖଇ ବ୍ରିଗେଡ୍। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ବିଧାୟକ ଭୁବନେଶ୍ୱର ଏୟାରପୋର୍ଟରୁ ଦିଲ୍ଲୀ ଯାଇଛନ୍ତି। ସେଠାରେ ଏହି ସମସ୍ତ ବିଧାୟକଙ୍କ ସହ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଭେଟିବାର କାର‌୍ୟ୍ୟକ୍ରମ ରହିଛି। ଯେଉଁଠି ୨୦୨୪ ନିର୍ବାଚନ ବ୍ଲୁପ୍ରିଣ୍ଟ କାର‌୍ୟ୍ୟକାରୀ କରିବାକୁ ଆଲୋଚନା ହେବ। ଏଥିସହ କେନ୍ଦ୍ରୀୟ ଯୋଜନା ହଡ଼ପ ଏବଂ ଏସବୁଥିରେ ମୋଦି ଫଟୋ ହଟାଯିବା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବିଧାୟକ ଦଳ।

author

Related Articles

Leave a Reply

Your email address will not be published. Required fields are marked *