ଦିଲ୍ଲୀର କିଛି ସ୍ଥାନରେ ବର୍ଷା ଫଳରେ ଆଶ୍ୱସ୍ତି ପାଇଛନ୍ତି ଲୋକେ

ଦିଲ୍ଲୀର କିଛି ସ୍ଥାନରେ ବର୍ଷା ଫଳରେ ଆଶ୍ୱସ୍ତି ପାଇଛନ୍ତି ଲୋକେ
Jaipur: Vehicles ply on a road in fog during a cold wintry morning, in Jaipur, Friday, Dec. 13, 2019. (PTI Photo) (PTI12_13_2019_000256B)

ଦିଲ୍ଲୀର ବାୟୁ ପ୍ରଦୂଷଣ ଭିତରେ ପାଣିପାଗରେ ହଠାତ ପରିବର୍ତ୍ତନ । ଦିଲ୍ଲୀ ଓ ନୋଏଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା । ଫଳରେ ଲୋକେ କିଛିଟା ଆଶ୍ବସ୍ତି ହୋଇଛନ୍ତି । ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସିଭିୟର କାଟାଗୋରୀରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି । ଅଶୋକ ବିହାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୨, ଆରକେ ପୁରମରେ ୪୬୧ ଓ ପଞ୍ଜାବୀ ବାଗରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୦ ରହିଛି । ଦିଲ୍ଲୀରେ ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର‌୍ୟ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର‌୍ୟ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଆଗୁଆ ଶୀତ ଛୁଟି କରାଯାଇଛି । ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *